Latest Odisha News

BREAKING NEWS

ରାଫେଲ ଡିଲ୍ ନେଇ ସମସ୍ତ ଆବେଦନ ସୁପ୍ରିମକୋଟଙ୍କ ଦ୍ୱାରା ଖାରଜ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ସପକ୍ଷରେ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କେନ୍ଦ୍ରସରକାରଙ୍କ ବିରୋଧୀ ଦଳ ମାନଙ୍କ ପକ୍ଷରୁ ଅଣାଯାଇଥିବା ରାଫେଲ୍ ଡିଲ୍ ଅନିୟମିତତା ଅଭିଯୋଗ ମାମଲାର ରାୟ ଶୁଣାଇ ସୁପ୍ରିମକୋର୍ଟ କହିଛନ୍ତି, ଏହି ରାଫେଲ ଡ଼ିଲରେ କୌଣସି ଅର୍ଥ ହେରଫେର ହୋଇନାହିଁ ।

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣିରେ କହିଛନ୍ତି, ଏହି ରାଫେଲ୍ ଡିଲ୍ ଦ୍ୱାରା ଫ୍ରାନ୍ସଠାରୁ କିଣାଯାଇଥିବା ୩୬ଟି ଲଢୁଆ ବିମାନ କ୍ରୟ କରିବା ନେଇ ସ୍ୱାକ୍ଷରିତ ହୋଇଥିବା ଭାରତ-ଫ୍ରାନ୍ସ ସରକାରୀ ରାଜିନାମାରେ ମଧ୍ୟ କୌଣସି ପ୍ରକାର ଅନିୟମିତତା ଘଟିନାହିଁ । ଏହି କ୍ରମରେ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ପ୍ରକାଶ କରିବା ପୂର୍ବକ ଏଥିଲାଗି ହୋଇଥିବା ସମସ୍ତ ପ୍ରକାରର ତଦନ୍ତ ଆବେଦନକୁ ଖାରଜ କରିଦେଇଛନ୍ତି ।

ଏହାଫଳରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ବିରୋଧରେ ବିରୋଧୀ ଦଳମାନେ ଏକ ବଡ଼ ଅଭିଯୋଗ ଆଣିଥିଲେ ତାହାର ଏକପ୍ରକାର ଅବସାନ ଘଟିଛି । ରାଫେଲ ଡିଲ୍ ନେଇ ସୁପ୍ରିମକୋର୍ଟଙ୍କ ଏହି ଶୁଣାଣି ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସଂସଦରେ କ୍ଷମା ମାଗନ୍ତୁ ବୋଲି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ।

ସେହିପରି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରା ଆଜିର ଏହି ଶୁଣାଣିରେ କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି, ରାଫେଲ୍ ଡିଲ୍ ସମ୍ପୂର୍ଣ୍ଣ ଭାବେ ସ୍ୱଚ୍ଛ ରହିଛି, କିନ୍ତୁ ଏହା ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗର ଅବସାନ ଘଟିଲା ।

ଏହି ଶୁଣାଣି ପରେ କେନ୍ଦ୍ର କୋଇଲା ବିଭାଗ ମନ୍ତ୍ରୀ ପିୟୁଷ ଗୋୟଲ ଟ୍ୱିଟ୍ କରି କହିଛନ୍ତି, ସତ୍ୟମେବ ଜୟତେ । ପୁଣିଥରେ ରାହୁଲ ଗାନ୍ଧୀଙ୍କ ମିଛକଥା ଧରାପଡ଼ିଗଲା । ସମଗ୍ର ଜାତି ଏହି ମିଥ୍ୟା ଅଭିଯୋଗକୁ ଦୃଷ୍ଟି ରଖିଛି ।

ଏନେଇ କିନ୍ତୁ ନେତା ତଥା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ କହିଛନ୍ତି, ସର୍ବୋଚ୍ଚ ଅଦାଲତଙ୍କ ଶୁଣାଣିରେ ତ୍ରୁଟି ରହିଛି, ଆମେ ପୁନର୍ବାର ରିଭ୍ୟୁ ପିଟିସନ ଆଣିବୁ ।

ଋାଫେଲ ଡିଲ୍ ନେଇ କରିଥିବା ସୁପ୍ରିମକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ କିଶାନ କାଉଲ ଏବଂ ଜଷ୍ଟିସ କେଏମ ଜୋସେଫ ଏହି ବିଚାରର ଶୁଣାଣି କରୁଥିଲେ ।

କେନ୍ଦ୍ରସରକାରଙ୍କ ଏହି ରାଫେଲ ଡିଲକୁ ନେଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ସୌରୀ, ବରିଷ୍ଠ ନେତା ଯଶୋବନ୍ତ ସିହ୍ନା, ରାଜନେତା ସଞ୍ଜୟ ସିଂହ, ଆଇନଜୀବୀ ଏମଏଲ ଶର୍ମା ଏବଂ ବିନୀତ ଧନ୍ଦା ।

Leave A Reply

Your email address will not be published.