Latest Odisha News

BREAKING NEWS

ଅନୁଗୁଳ: ଭାଲୁ ଆକ୍ରମଣରେ ଜଣେ ମୃତ, ୨ଗୁରୁତର

ଅନୁଗୁଳ : ଅନୁଗୁଳ ଜିଲ୍ଲାର ମାଧପୁର ରେଂଜର ବାସୁଦେବପୁର ନିକଟସ୍ଥ ଜଙ୍ଗଲରେ ଶନିବାର ସକାଳେ ଏକ ଭାଲୁ ଲୋକଙ୍କୁ ଆକ୍ରମଣ କରିଥିବା ଘଟଣା ନଜରକୁ ଆସିଛି ।

ଭାଲୁ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ନେଇ ଜଣାପଡିଛି ।

ସୂଚନା ଅନୁଯାୟୀ କିଛି ଯୁବକ ପାଖ ଜଙ୍ଗଲକୁ ଛତୁ ସଂଗ୍ରହ କରିବାକୁ ଯାଇଥିବା ବେଳେ ଅଚାନକ ଭାଲୁ ହାବୁଡରେ ପଡି ଯାଇଥିଲେ । ସେମାନେ କିଛି ବୁଝିବା ବେଳକୁ ହଠାତ ଭାଲୁ ଆକ୍ରମଣର ଶିକାର ହୋଇଥିଲେ ।

ଆହୁରି ମଧ୍ୟ ଏହି କୋଳାହଳ ଶୁଣି ଗାଁ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଭାଲୁକୁ ଘଉଡାଇ ଦେଇଥିଲେ । ଅନ୍ୟକ୍ଷରେ ଖବର ପାଇ ପୋଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.