Latest Odisha News

BREAKING NEWS

ନନ୍ଦନକାନନରେ ୨ ନୂଆ ଅତିଥି: ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ମହୀଶୂର ଗଧିଆ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆଜି ଦୁଇଟି ଧୂସର ରଙ୍ଗର ଗଧିଆ ଅଣାଯାଇଛି ।

ସୂଚନା ଅନୁଯାୟୀ ଏହି ଦୁଇ ଗଧିଆକୁ କର୍ଣ୍ଣାଟକର ମହୀଶୂର ଚିଡିଆଖାନାରୁ ଅଣାଯାଇଛି । ଏଥିସହିତ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯାଇ ଭେଟେରିନାରି କ୍ୱାରେନଣ୍ଟାଇନରେ ସେମାନଙ୍କୁ ରଖାଯାଇଛି ।

ଅନ୍ୟପକ୍ଷରେ ଗଧିଆ ଦୁଇଟିର ବୟସ ପାଖାପାଖି ୨ବର୍ଷ ହୋଇଥିବାବେଳେ ସେଥିରୁ ଗୋଟିଏ ମାଇ ଓ ଗୋଟିଏ ଅଣ୍ଡିରା ଥିବା ନେଇ ଜଣାପଡିଛି ।

ତେବେ ଏଭଳି ପ୍ରଜାତିର ଗଧିଆ ପ୍ରଥମଥର ପାଇଁ ନନ୍ଦନକାନନକୁ ଆସିଥିବାରୁ ପ୍ରାଣୀପ୍ରେମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିବା ବେଳେ ଏହି ପ୍ରଜାତିର ଗଧିଆ ବିଶେଷତଃ ୟୁରୋପ, ଏସିଆ ଓ ଉତ୍ତର ଆମେରିକାରେ ଦେଖିବାକୁ ମିଳିଥାଏ ବୋଲି ପ୍ରାଣୀ ଉଦ୍ୟାନ କତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.