Latest Odisha News

BREAKING NEWS

One Last Kiss: ୧୮ ବର୍ଷର ସାଥିକୁ କାନ୍ଦି କାନ୍ଦି ବିଦାୟ ଦେଲେ ବସ୍ ଡ୍ରାଇଭର

ନୂଆଦିଲ୍ଲୀ: ୧୮ ବର୍ଷର ସାଥିକୁ କାନ୍ଦି କାନ୍ଦି ଶେଷ ବିଦାୟ ଦେଲେ ପଲ କୁରିଏନ୍। ଖାସ୍ କରି ତାଙ୍କର One Last Kiss କୁ ନେଇ ଚର୍ଚ୍ଚା ଜୋର ଧରିଛି। ବସ୍‌କୁ କୁଣ୍ଢାଇ ଚୁମ୍ବନ ଦେଇ ବିଦାୟ ନେଲେ ଅବସରପ୍ରାପ୍ତ ଚାଳକ। ଏଭଳି ଭାବବିହ୍ୱଳ ଘଟଣା ଦେଖିବାକୁ ମିଳିଛି କେରଲମ୍ ରେ।

ଅନନ୍ତ ମୋହନ ଦାସ ନାମକ ଜଣେ ବସ୍ ଯାତ୍ରୀ କେରଳର ଜଣେ ବସ୍ ଡ୍ରାଇଭରଙ୍କ ବିଷୟରେ ଇନଷ୍ଟାଗ୍ରାମରେ ଏକ ହୃଦୟସ୍ପର୍ଶୀ କାହାଣୀ ସେୟାର କରିଛନ୍ତି। ବସ୍ ଡ୍ରାଇଭର ପଲ କୁରିଏନ୍ ତାଙ୍କ ଦୀର୍ଘ ଡ୍ରାଇଭିଂ କ୍ୟାରିଅର୍ ମଧ୍ୟରେ ଅତ୍ୟନ୍ତ ନିରାପଦରେ ବସ୍ ଚଲାଇଥିଲେ ଏବଂ ତାଙ୍କ ଅବସର ଦିନ ସେ ଏହାକୁ ଜଣେ ପ୍ରକୃତ ସାଥୀ ପରି ବ୍ୟବହାର କରିଥିଲେ। ସେପ୍ଟେମ୍ବର ୨ରେ ସେ ଅବସର ନେଇଥିଲେ। ଏହି ମୁହୂର୍ତ୍ତଟି ଏତେ ଭାବପ୍ରବଣ ଥିଲା ଯେ ଭିଡିଓଟି ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି।

ଇଡୁକ୍କି ଜିଲ୍ଲାର କଟ୍ଟପ୍ପନ୍ ଅଞ୍ଚଳର ବାସିନ୍ଦା ପଲ୍ କୁରିଅନ୍ ଦୀର୍ଘ ବର୍ଷ ଧରି କେଏସ୍‌ଆର୍‌ଟିସିରେ ଚାଳକ ଭାବେ କାର୍ଯ୍ୟ କରିବା ପରେ ଅବସର ନେଇଛନ୍ତି। ଚାକିରିରୁ ଅବସର ନେବା ଦିନ ଶେଷଥର ପାଇଁ ଡ୍ରାଇଭର ସିଟ୍‌ରେ ବସିବା ପୂର୍ବରୁ ପଲ୍ ଯେଉଁ ଭାବେ ବସ୍‌କୁ ବିଦାୟ ଦେଲେ, ତାହା ଦେଖି ଉପସ୍ଥିତ ସମସ୍ତେ ଭାବବିହ୍ୱଳ ହୋଇପଡ଼ିଥିଲେ। ସେ ବସ କୁ ଶେଷ ଚୁମ୍ବନ ଦେଇଥିଲେ। ଏହାପରେ ସେ ବସ୍‌ର ଆଗ ଅଂଶ ଓ ଟାୟାରକୁ ସ୍ନେହରେ ଆଉଁସିବା ସହ ବସ୍ ସମ୍ମୁଖରେ ମୁଣ୍ଡ ନୁଆଁଇ ସମ୍ମାନ ଜଣାଇଥିଲେ। ଜଣେ ଚାଳକ ଓ ତାଙ୍କ ବସ୍ ମଧ୍ୟରେ ଥିବା ସମ୍ପର୍କ ଏବଂ ଭଲପାଇବା ଏବେ ସୋସିଆଲ୍ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି।

Leave A Reply

Your email address will not be published.