Latest Odisha News

BREAKING NEWS

ମାଟିରେ ମିଶିଲା ମହିମା ମଠ, ଶିଖରଚଣ୍ଡି ପାହାଡରେ ବେଆଇନ ଉଚ୍ଛେଦ

ଭୁବନେଶ୍ଵର: ମାଟିରେ ମିଶିଲା ଶିଖରଚଣ୍ଡି ପାହାଡ ପାଦରେ ଥିବା ମହିମା ମଠ । ମହିମା ମଠ ଆଶ୍ରମକୁ ଆଜି ଭାଙ୍ଗିଛି ବିଡିଏ । ଜବରଦଖଲ କରି ବେଆଇନ ଭାବରେ ପ୍ରାୟ ଦୀର୍ଘଦିନ ଧରି ଏହି ଆଶ୍ରମଜୁ ଗଢି ତୋଳିଥିଲେ ଏହି ଆଶ୍ରମରେ ଥିବା ଜଣେ ବାବା । ପ୍ରାୟ ଦୁଇ ଏକର ଜମିରେ ପରିବ୍ୟାପ୍ତ ଥିଲା ଏହି ମଠ । ଯାହାକୁ ଆଜି ନିଜ ହାତକୁ ନେଇଛି ବିଡିଏ ।

ସୂଚନା ଅନୁସାରେ, ବୁଲଡୋଜର ଲଗାଇ ଆଜି ସକାଳୁ ସକାଳୁ ସମ୍ପୁର୍ଣ୍ଣ ଧୂଳିସାତ କରିଛି ବିଡିଏ । ଘଟଣାସ୍ଥଳରେ ବିଡିଏ, ଜିଏ ଓ କମିଶନରେଟ ପୋଲିସ ଉପସ୍ଥିତ ଥିଲେ । ପୋଲିସ, ଏନଫୋର୍ସମେଣ୍ଟ ଟିମର ୮ଟି ସ୍କ୍ଵାଡ ଓ ତହସିଲଦାରଙ୍କ ଉପସ୍ଥିତିରେ ଏହି ଜବରଦଖଲ ଉଚ୍ଛେଦ କରାଯାଉଛି । ବହୁଦିନ ଦରି ଜବରଦଖଲରେ ରହିଥିଲେ ୫ ପରିବାର । ଏହାସହ ଏକ ମହିମା ମଠ ରହିଥିଲା ଯେଉଁଠାରେ ସାଧୁସନ୍ଥ ରହୁଥିଲେ । ଶିଖରଚଣ୍ଡି ପହାଡର ପାଦ ତଳେ ପ୍ରାୟ ଦୁଇ ଏକର ବିଶିଷ୍ଠ ଜମି ବା 800 ଡିସିମିଲ ସରକାରୀ ଜମିରେ ଗଢି ଉଠିଥିଲା ଅରଣ୍ଯ ମହିମା ଆଶ୍ରମ  ।  ଏକାଧିକ ପ୍ଲାଟୁନ ପୋଲିସ ଫୋର୍ସ, ୩ଟି ସ୍କ୍ବାଡ, ୩ରୁ ଊର୍ଦ୍ଧ୍ୱ ଜେସିବି ସାହାଯ୍ଯରେ ମାଟିରେ ମିଶିଗଲା ଅରଣ୍ଯ ମହିମା ଆଶ୍ରମ । ଏଥିରେ ୯ଟି ଛାତଘର, ୪ଟି ଆଜବେଷ୍ଟସ୍ ଘର, ଗୋଟିଏ ଲୁହା ଗେଟ୍, ୩ଟି ଶୌଚାଳୟ ଏବଂ ଗୋଟଏ ମନ୍ଦିର ଭଙ୍ଗାଯାଇଛି ପ୍ରାୟ ୮ଶହ ଡିସିମିଲ ଜାଗାକୁ ମୁକ୍ତ କରିଛି ବିଡିଏ  ।

ସୂଚନାଯୋଗ୍ଯ, ମା’ ଶିଖରଚଣ୍ଡୀଙ୍କ ପୀଠର ବଦଳିବ ରୂପରେଖ  । ପାର୍କିଂ ଠାରୁ ଆରମ୍ଭ କରି ପାର୍କ, ଭୋଜିଭାତ ଏବଂ ପ୍ରମୁଖ ମନ୍ଦିରର ଢାଞ୍ଚା ବଦଳିବ  । ଏଥିପାଇଁ ବିଡିଏ ପକ୍ଷରୁ କାର୍ଯ୍ଯ ଆରମ୍ଭ ହୋଇଛି । କେବଳ ମନ୍ଦିର ରୂପରେଖ ବଦଳିବନି, ପାହାଡର ଖାଲି ସ୍ଥାନରେ ଥିବା ଜାଗାରେ ବୃକ୍ଷରୋପଣ କରାଯିବ । ଆସନ୍ତା ୪ ରୁ ୫ ମାସ ଭିତରେ ସମସ୍ତ କାର୍ଯ୍ଯ ଶେଷ କରିବାକୁ ଧାର୍ଯ୍ଯ କରାଯାଇଛି

ରାଜସ୍ବ ବିଭାଗର ୩୪ଏକର ଏବଂ ଇଡକୋର ୧୮ଏକର ଜମିରେ ମା’ ଶିଖରଚଣ୍ଡୀ ପୀଠର ଉନ୍ନୟନମୂଳକ କାର୍ଯ୍ଯ ହେବ । ଏହାକୁ ୪ଟି ଜୋନରେ ବିଭକ୍ତ କରାଯାଇଛି  । ଜୋନ୍-୧ରେ ପାର୍କିଂ ସ୍ଥଳୀ, ଗୋଷ୍ଠୀକେନ୍ଦ୍ର, ଶିଶୁମାନଙ୍କ ପାଇଁ ଖେଳ ପାର୍କ, ଅବସର ବିନୋଦନ ପାଇଁ ଭିତ୍ତିଭୂମି ବିକାଶ ହେବ  । ଜୋନ-୨ରେ ଟ୍ରେକିଂ ରୁଟ୍, ପାହାଡର ଦୃଶ୍ଯ, ଜୋନ୍-୩ରେ ଭୁ୍ଯ ପଏଣ୍ଟ, ଜନ ପରିବହନ, ଇ-ବସର ରହଣୀ ବ୍ଯବସ୍ଥା ରହିବ  । ସେହିପରି ଜୋନ୍-୪ରେ ପ୍ରମୁଖ ମନ୍ଦିରର ପୁନଃ ବିକାଶ ସହିତ ମନ୍ଦିର କାର୍ଯ୍ଯାଳୟ ଓ ଦୋକାନ ବ୍ଯବସ୍ଥା କରାଯିବ ଏଥିପାଇଁ ୩୦କୋଟି ଟଙ୍କା ଖର୍ଚ୍ଚ କରିବ ବିଡିଏ ।

 

 

Leave A Reply

Your email address will not be published.