Latest Odisha News

BREAKING NEWS

ଆଉ ଜଣେ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବ୍ରିଟେନ ଫେରନ୍ତା କରୋନା ସଂକ୍ରମିତ ହେଉଛନ୍ତି । ଆଉ ଜଣେ ବ୍ରିଟେନ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶା ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତ ହୋଇଛନ୍ତି ୩ ଜଣ ବ୍ରିଟେନ ଫେରନ୍ତା ।

ଭୁବନେଶ୍ୱରରେ ୪ ବର୍ଷୀୟ ଝିଅର ବାପା ବି ପଜିଟିଭ ଚିହ୍ନଟ ହୋଇଛନ୍ତି । ପରିବାରର ସମସ୍ତଙ୍କ ନମୁନା ସଂଗ୍ରହ ହୋଇଛି । ପରୀକ୍ଷା ପାଇଁ ପୁନେ ଏଆଇଭି ପଠାଯାଇଛି । ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ବିଏମ୍‌ସି କମିସନର ସୂଚନା ଦେଇଛନ୍ତି ।

ଭୁବନେଶ୍ୱରର ବ୍ରିଟେନ ଫେରନ୍ତା ସଂକ୍ରମିତ ଆଇସୋଲେସନ ୱାର୍ଡରେ ଅଛନ୍ତି । ୨୦ ଜଣ ବ୍ରିଟେନ ଫେରନ୍ତାଙ୍କ ତାଲିକା ବିଏମସି ପାଖରେ ପହଞ୍ଚିଥିଲା । ଦୁଇଟି ପରିବାରକୁ ଛାଡି ଅନ୍ୟମାନଙ୍କ ପାଖରେ କୌଣସି ସମସ୍ୟା ଦେଖାଯାଇନାହିଁ ବୋଲି ବିଏମସି କମିଶନର କହିଛନ୍ତି ।

Leave A Reply

Your email address will not be published.