Latest Odisha News

BREAKING NEWS

ଜୁନ୍ ୧ରୁ ଲାଗୁ ହେବ ‘ଏକ ଦେଶ ଏକ ରାସନ କାର୍ଡ’; ଜାଣନ୍ତୁ, ମିଳିବ କେଉଁ ସୁବିଧା

ନୂଆଦିଲ୍ଲୀ: ଆସନ୍ତା ଜୁନ୍ ୧ ତାରିଖ ଠାରୁ କେନ୍ଦ୍ରର ‘ଏକ ଦେଶ ଏକ ରାସନ କାର୍ଡ’ ନୀତିକୁ ଲାଗୁ କରାଯିବା ନେଇ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ରାମ ବିଳାସ ପାଶୱାନ ।

ପ୍ରାପ୍ତ ସୂଚନାନୁଯାୟୀ ଏହି ନିୟମ ଜରିଆରେ ଗ୍ରାହକମାନେ ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଏହାର ଲାଭ ଉଠାଇପାରିବେ । ଯାହାଫଳରେ ଦୁର୍ନିତୀକୁ କିଛି ମାତ୍ରାରେ ରୋକାଯିବା ସହ କାମ ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଉଥିବା ବ୍ୟକ୍ତିମାନେ ମଧ୍ୟ ସବସିଡି ପାଇବାରୁ ବଞ୍ଚିତ ହେବେ ନାହିଁ । ଏହି ଯୋଜନା ମାଧ୍ୟମରେ ଗ୍ରାହକଙ୍କୁ ପୋଟେବିଲିଟିର ମଧ୍ୟ ସୁବିଧା ପ୍ରଦାନ କରାଯାଇଥିଲା।

ଏହି ବ୍ୟବସ୍ଥା ଲାଗୁ ହେଲେ ରାଜ୍ୟ ବାହାରକୁ ଯାଉଥିବା ଗରିବ ଶ୍ରେଣୀର ହିତାଧିକାରୀ ମାନେ ମଧ୍ୟ ନିଜ କାର୍ଡକୁ ଆଧାର ସହ ଲିଙ୍କ୍ କରି ଯେକୌଣସି ରାସନ୍ ଦୋକାନରୁ ରିହାତିରେ ଚାଉଳ ଓ ଗହମ ଉଠାଇପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖଯୋଗ୍ୟ, ଗତ ବର୍ଷ ୨୦୧୯ ମସିହାରେ ଏହି ଯୋଜନାକୁ ପାଇଲଟ୍ ପ୍ରକଳ୍ପ ଭାବେ ଲାଗୁ କରାଯାଇଥିଲା । ପୂର୍ବରୁ ଏହି ଯୋଜନାକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଗୁଜୁରାଟ ଓ ମହାରାଷ୍ଟ୍ର ଭଳି ୪ଟି ରାଜ୍ୟରେ ଲାଗୁ କରାଯାଇଥିଲା ।

Comments are closed.