Latest Odisha News

ରାତିରେ ନଶୋଇଲେ ମସ୍ତିଷ୍କ ୧ରୁ୨ ବର୍ଷ ବୁଢା ହୋଇଯାଏ…

ନୂଆଦିଲ୍ଲୀ : ଜୀବନରେ ନିଦର ମହତ୍ତ୍ୱ ଟିକିଏ ଅଧିକା । ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ଭାବେ ସୁସ୍ଥ ରହିବା ପାଇଁ ନିଦର ଆବଶ୍ୟକତା ରହିଛି । ଡ଼ାକ୍ତରଙ୍କ ମତ ଅନୁଯାୟୀ ନିୟମିତ ଭାବେ ଜଣେ ଲୋକ ୭ରୁ ୮ ଘଣ୍ଟା ଶୋଇବା ନିହାତି ଜରୁରୀ । କାମର ଚାପ ହେଉ କି ଆଜିକାଲିର ଜୀବନଚର୍ଯ୍ୟା ଅନେକଙ୍କୁ ଭଲ ନିଦ ହେଉ ନାହିଁ । ଏଥିରେ ବ୍ୟତିକ୍ରମ ଘଟିଲେ ନିଦ୍ରାହୀନତା ବା ଇନ୍‌ସୁମେନିଆ ରୋଗର ଶିକାର ହେବାକୁ ପଡ଼ିଥାଏ ।

ଏନେଇ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଗୋଟିଏ ରାତି ନ ଶୋଇଲେ ମସ୍ତିଷ୍କ ୧ରୁ୨ ବର୍ଷ ବୁଢା ହୋଇଯାଏ । ଅର୍ଥାତ୍‌ ନଶୋଇବା ଦ୍ୱାରା ମସ୍ତିଷ୍କର ବୟସ ଏକରୁ ଦୁଇ ବର୍ଷ ବଢିଯିବା ସହ ସମାନ ।

ନିଶା ଏବଂ ଖାଦ୍ୟ ପେୟ ସହ ମୋବାଇଲ୍‌ ଏବଂ ଟିଭି ଯୋଗୁଁ ଲୋକଙ୍କୁ ଭଲ ନିଦ ହେଉନାହିଁ । ମାତ୍ର ଗୋଟିଏ ରାତି ନ ଶୋଇଲେ ଦୁଇ ତିନିଦିନ ପର୍ଯ୍ୟନ୍ତ ଥକା ଲାଗିଥାଏ । ମାତ୍ର ଏହା ପରେ ଯଦି ଜଣେ ଭଲ ନିଦକୁ ଅଭ୍ୟାସଗତ ଭାବେ ପୂରଣ କରିପାରେ ତେବେ ଏହି ସମସ୍ୟାରୁ ମୁକ୍ତି ମିଳିବ । ମସ୍ତିଷ୍କ ଏହାର ଭରଣା କରିଥାଏ ବୋଲି ଜର୍ଣ୍ଣାଲ୍‌ ଅଫ୍‌ ନ୍ୟୁରୋ ସାଇନ୍ସରେ ଏକ ଗବେଷାତ୍ମକ ଲେଖାରେ ପ୍ରକାଶିତ ହୋଇଛି । ଗବେଷକମାନେ କହିଛନ୍ତି ଯେ, କେବଳ ଗୋଟିଏ ରାତି ପାଇଁ ପର୍ଯ୍ୟାପ୍ତ ନିଦ ନହେବା ଆମ ମସ୍ତିଷ୍କରେ ପରିବର୍ତ୍ତନ ଆଣିଥାଏ, ଯାହା ଏକ କିମ୍ବା ଦୁଇ ବର୍ଷ ବୟସ ବଢ଼ିବା ପରି ଦେଖାଯାଏ।

୧୩୪ ଜଣ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ଗବେଷଣା କରାଯାଇଥିଲା, ପରେ ୩୦୦୦ ଜଣଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଥିଲା । ଗୋଟିଏ ରାତି ନଶୋଇବା ପରେ ସେମାନଙ୍କର ଏମ୍‌ଆର୍‌ଆଇ କରାଯାଇଥିଲା । ଏଥିରେ ମସ୍ତିଷ୍କରେ ଅନେକ ପରିବର୍ତ୍ତନ ହୋଇଥିବା କଥା ଜଣା ପଡିଛି । ତେବେ ଭରପୂର ନିଦରେ ନଶୋଇଲେ ଶରୀରରେ ଅନେକ କୁପ୍ରଭାବ ପଡେ ବୋଲି କୁହାଯାଇଛି ।

 

Leave A Reply

Your email address will not be published.