Latest Odisha News

BREAKING NEWS

‘କୁଖ୍ୟାତ କଏଦୀଙ୍କ ସହ ସିସୋଦିଆ’, ଜେଲରେ ହତ୍ୟା କରିବାକୁ ଷଡ଼ଯନ୍ତ୍ର ହୋଇଥିବା ‘ଆପ୍’ର ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ଗିରଫଦାରୀକୁ ନେଇ ରାଜନୀତି ଥମୁନି । ଆମ୍ ଆଦମୀ ପାର୍ଟିର ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି, କେନ୍ଦ୍ର ସରକାରଙ୍କ ଷଡ଼ଯନ୍ତ୍ର ପାଇଁ ଆଜି ଜେଲରେ ମନୀଷ ସିସୋଦିଆ । ତାଙ୍କୁ ଷଡ଼ଯନ୍ତ୍ର କରି ତିହାରର ୧ ନମ୍ବର ଜେଲରେ ରଖାଯାଇଥିବା ଅଭିଯୋଗ ହୋଇଛି । ସୌରଭ କହିଛନ୍ତି, ୧ ନମ୍ବର ଜେଲରେ ପ୍ରଥମ ଅଣ୍ଡର ଟ୍ରାଏଲରେ ରଖାଯାଏ ନାହିଁ ।

୧ ନମ୍ବର ଜେଲରେ ଦେଶର କୁଖ୍ୟାତ କଏଦୀ ରହିଛନ୍ତି । ସେମାନଙ୍କ ହିଂସା ଖବର ଅନେକ ସମୟରେ ଆସୁଛି । ସେମାନେ ମାନସିକ ଭାବେ ପୀଡ଼ିତ ଏବଂ କୌଣସି ଛୋଟ ଇସାରାରେ କାହାକୁ ମାରି ପାରନ୍ତି । ଆମେ ବିଜେପିର ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ । ବିଜେପି ଆମକୁ ଦିଲ୍ଲୀରେ ହରାଇ ପାରିଲା ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଏଭଳି ପ୍ରତିଶୋଧ ନେବେ କି ବୋଲି ଆପ୍ ପ୍ରଶ୍ନ କରିଛି ।

ପ୍ରଧାନମନ୍ତ୍ରୀ ପୂରା ପ୍ରସଙ୍ଗରେ ମୌନ ରହିଥିବା ବେଳେ ଏବେ ଷଡ଼ଯନ୍ତ୍ର ଶୀର୍ଷ ନେତୃତ୍ୱଙ୍କୁ ହତ୍ୟା ଯାଏ ପହଞ୍ଚିଲାଣି । ଯାହାକି ବିପଦର ସଂକେତ, ଆମେ ନିନ୍ଦା କରୁଛୁ । କୋର୍ଟଙ୍କ ଆଦେଶ ଅନୁସାରେ ସିସୋଦିଆଙ୍କୁ ଅନ୍ୟ ସେଲରେ ରଖିବା କଥା । ତଥାପି ତାଙ୍କୁ ଅପରାଧୀଙ୍କ ସହ ରଖାଯାଇଛି ।

ଦିଲ୍ଲୀର ବିବାଦୀୟ ମଦ ନୀତି ମାମଲାରେ ଦୁର୍ନୀତି ଅଭିଯୋଗରେ ସିବିଆଇ ମନୀଷ ସିସୋଦିଆଙ୍କୁ ଫେବ୍ରୁଆରୀ ୨୬ ତାରିଖରେ ଗିରଫ କରିଥିଲା । ପ୍ରାୟ ୬ ମାସର ତଦନ୍ତ ପରେ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା ସିବିଆଇ ।

Leave A Reply

Your email address will not be published.