ବ୍ରହ୍ମପୁର:ଏମକେସିଜି ମେଡ଼ିକାଲ କଲେଜ ଏବଂ ହସପିଟାଲ ପୁଣି ଥରେ ବିବାଦ ଭିତରକୁ ଆସିଛି। ତିନି ଜଣ ଶିଶୁଙ୍କୁ ଗୋଟିଏ ଅକ୍ସିଜେନ ସିଲିଣ୍ଡରରୁ ଅକ୍ସିଜେନ୍ ଦେବାକୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଶନିବାର ଏ
ହି ଘଟଣାର ଫଟୋ ଭାଇରାଲ ହେବା ପରେ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ତୀବ୍ର ସମାଲୋଚନା କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ତିନି ଜଣ ଶିଶୁ ଦୁର୍ବଳ ଥିବା ଯୋଗୁ ଏସଏନଏୟୁ ୱାର୍ଡରେ ଭର୍ତ୍ତି ହୋଇଥିଲେ। ସେମାନଙ୍କ ହୃଦ୍ ସମସ୍ୟା ଥିବା ଡାକ୍ତରମାନେ ଆଶଙ୍କା ପ୍ରକାଶ କରିଥିଲେ। ଏଣୁ ଶିଶୁମାନଙ୍କୁ ହୃଦରୋଗ ବିଭାଗକୁ ସ୍ଥାନାନ୍ତର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଶିଶୁଙ୍କ ଶରୀରରେ ଅମ୍ଳଜାନ ସ୍ତର କମ ରହୁଥିବାରୁ ଏସଏନସିୟୁରେ ପ୍ରଥମ ଦିନରୁ ହିଁ ସେମାନଙ୍କୁ ଅମ୍ଲଜାନ ଯୋଗାଣ ହେଉଥିଲା। ଶନିବାର ହୃଦରୋଗ ବିଭାଗକୁ ଇକୋ କରିବାକୁ ନିଆଯାଇଥିଲା। ଏସଏନସିୟୁରୁ ବାହାରିବା ବେଳେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ୩ ଜଣ ନବଜାତଙ୍କୁ ଅମ୍ଲଜାନ ଯୋଗାଣ ବ୍ୟବସ୍ଥା କରାଯାଇ ବାହାରକୁ ଅଣାଯାଇଥିଲା। ଶିଶୁଙ୍କ ପରିବାର ଲୋକେ ଶିଶୁଙ୍କୁ ଅଲଗା ଅଲଗା ନିଜ କୋଳରେ ଧରିଥିବା ବେଳେ ସିଲିଣ୍ଡରରୁ ଲମ୍ବିଥିବା ପାଇପ ଶିଶୁଙ୍କ ନାକକୁ ସଂଯୋଗ ହୋଇଥିଲା। ସେହି ସିଲିଣ୍ଡରଙ୍କୁ ଏସଏନସିୟୁର ଜଣେ ଆଟେଣ୍ଡାଣ୍ଟ ଟାଣି ଟାଣି ନେଉଥିବା ବେଳେ ପଛରେ ସାମନ୍ତରାଳ ଭାବେ ଶିଶୁଙ୍କୁ ନିଆଯାଉଥିଲା। ଏସଏନସିୟୁରୁ ସୁପରସ୍ପେସିଆଲିଟି କୋଠା ପ୍ରାୟ ୪୦୦ ମିଟର ହୋଇଥିବା ବେଳେ ରାସ୍ତାରେ ଅତି ଦୟନୀୟ ଅବସ୍ଥାରେ ନବଜାତକଙ୍କୁ ସିଲିଣ୍ଡର ସହ ନିଆଯାଇଥିଲା।। ଶିଶୁମାନେ ହୃଦରୋଗ ବିଭାଗରେ ପହଞ୍ଚିବା ପରେ ସେଠାରେ ଇକୋ କରିବାକୁ ନିୟୋଜିତ ଥିବା ଡାକ୍ତର ଓ କର୍ମଚାରୀମାନେ ୩ ଜଣ ଶିଶୁଙ୍କ ଏକାବେଳେ କିଭଳି ପରୀକ୍ଷା କରିବେ ସେ ନେଇ ଦ୍ବନ୍ଦରେ ପଡିଥିଲେ। ଜଣେ ପରେ ଜଣେ ଶିଶୁଙ୍କ ଇକୋ କରିବା ବେଳେ ଅକ୍ସିଜେନ ସଂଯୋଗ ବିଚ୍ଛିନ କରିବାକୁ ଆବଶ୍ୟକ ହେବାରୁ ସେଠାକାର ଡାକ୍ତର ଓ କର୍ମଚାରୀମାନେ ଶିଶୁଙ୍କୁ ଏଭଳି ଅବସ୍ଥାରେ ଆଣିଥିବାରୁ ଶିଶୁଙ୍କ ପରିବାର ଲୋକଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ହେଲେ ଏସଏନସିୟୁ ପକ୍ଷରୁ ଏଭଳି ଅବ୍ୟବସ୍ଥା କରାଯାଇଥିବାରୁ ଶିଶୁଙ୍କ ପରିବାର ଲୋକେ କଣ ଉତ୍ତର ଦେବେ ତାହା ବୁଝିପାରିନଥିଲେ। ଏହି ୩ ଜଣ ଶିଶୁଙ୍କୁ ରୁଟିନ ଚେକଅପ ପାଇଁ ନିଆଯାଇଥିଲା। ସମସ୍ତ ଶିଶୁ ସୁସ୍ଥ ଅଛନ୍ତି ବୋଲି ଏମକେସିଜିର ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର କହିଛନ୍ତି। ସେହିପରି ଶିଶୁଙ୍କୁ କମ ପରିମାଣର ଅକ୍ସିଜେନ ଆବଶ୍ୟକ ହୋଇଥାଏ। ତେଣୁ ଗୋଟିଏ ସିଲିଣ୍ଡରରେ ୩ ଜଣ ଶିଶୁଙ୍କୁ ଅମ୍ଲଜାନ ସଂଯୋଗ କରାଯିବା ଏକ ସାଧାରଣ କଥା ବୋଲି ସେ କହିଛନ୍ତି।
BREAKING NEWS
- ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଓଡ଼ିଶାରେ ୪ ମୃତ, ୧୨ ନିଖୋଜ
- ଏୟାର ମାର୍ଶାଲ ଇନ୍ଦରପାଲ ସିଂହ ୱାଲିଆ ଭାରତୀୟ ବାୟୁସେନାର ଉପ-ମୁଖ୍ୟ ଭାବେ ନିଯୁକ୍ତ
- NVS-03 Launched: କାର୍ଗିଲ ଯୁଦ୍ଧରୁ ମିଳିଥିଲା ଶିକ୍ଷା, ଏବେ ମହାକାଶରେ ଭାରତର ନିଜସ୍ୱ ‘GPS’! ଶତ୍ରୁ ଉପରେ ନଜର ରଖିବାଠୁ ସେନାର ରଣନୀତି ଯାଏଁ ମିଳିବ ବଡ଼ ଫାଇଦା
- ‘ଭୋଟ ଚୋରି’ ଆଲୋଚନା ପାଇଁ ପ୍ରସ୍ତୁତ ଅମିତ ଶାହ: ରାହୁଲ, ଅଖିଲେଶଙ୍କୁ ଖୋଲା ଚ୍ୟାଲେଞ୍ଜ
- Cyclone Arnab: କନ୍ଧମାଳରେ ଭୟଙ୍କର ଭୂସ୍ଖଳନ, ମାଟି ତଳେ ଚାପି ହୋଇ ଚାଲିଗଲା ୭ ମାସର ଶିଶୁ ସହ ୩ ଜୀବନ! ଉଦ୍ଧାର ପାଇଁ ସରକାରଙ୍କୁ ନବୀନଙ୍କ ଆହ୍ୱାନ
- IIFA Awards 2026: ଆଇଫା ୨୦୨୬ରେ ‘ଧୁରନ୍ଧର’ର ଦବଦବା! ବାଜି ମାରିଲେ ରଣବୀର ସିଂ, ଅନୀତ ପଡ୍ଡାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର…
- US-Iran Peace Proposal: ଯୁଦ୍ଧ ଶେଷ ପାଇଁ ବଡ଼ ପ୍ରସ୍ତାବ! ୟୁରେନିୟମ୍ ଅନ୍ୟ ଦେଶକୁ ପଠାଇବ ଇରାନ, ୭ ଦିନରେ ଖୋଲିବ ହର୍ମୁଜ୍ ପ୍ରଣାଳୀ; ଟ୍ରମ୍ପ କହିଲେ…
- ଆମେରିକା ରାଜନୀତିରେ ଓଡ଼ିଆ ପୁଅ: ମିଲପିଟାସ ମେୟର ନିର୍ବାଚନରେ ସନ୍ତୋଷ ସାହୁଙ୍କ ଧମାକା
- ୨୦୨୭ ପାଇଁ ଜାରି ହେଲା ସରକାରୀ ଛୁଟି ତାଲିକା, ଜାଣନ୍ତୁ କେତେଦିନ ମିଳିବ ଛୁଟି
- ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ଟ୍ୱିନ୍ ସିଟିରେ ଯାତାୟାତ ବାଧାପ୍ରାପ୍ତ

Comments are closed.