Latest Odisha News

BREAKING NEWS

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ୨ ଯୁବକଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଂଚଳରେ  ହତ୍ୟାକାଣ୍ଡ ।  ଚୈତ୍ର ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା ମିଳିଛି । ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।

ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ ଝଡିଗୁଡା ଗ୍ରାମର ଯୁବକଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ସିନ୍ଧିପାର ଗାଁ ଲୋକଙ୍କ ଆକ୍ରମଣରେ ଝଡିଗୁଡା ଗ୍ରାମର ଦେବେନ୍ଦ୍ର ଜାନୀ ଓ ପୂର୍ଣ୍ଣ ନାୟକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏଣେ ଜଣେ ଗୁରୁତର ହୋଇଥିଲେ। ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଦାମନଯୋଡ଼ି ଥାନା ପୁଲିସ  ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Leave A Reply

Your email address will not be published.