ଭୁବନେଶ୍ୱର: ଅନ୍ଲାଇନ୍ରେ ପାଠ ପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ। ଅଧ୍ୟାପକ ଓ ଅଧ୍ୟାପିକାମାନେ ଛାତ୍ରଛାତ୍ରୀଙ୍କୁ ନେଇ ହ୍ୱାଟ୍ସଆପ୍ ଗ୍ରୁପ କରିବେ।ବିଭିନ୍ନ ବିଷୟର ବିଭିନ୍ନ ଗ୍ରୁପ ତିଆରି ହେବ। ଏହା ମାଧ୍ୟମରେ ହେବ ଅନ୍ଲାଇନ୍ କ୍ଲାସ। ଏନେଇ ରାଜ୍ୟର ସମସ୍ତ ଯୁକ୍ତ ୨ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ। କରୋନା ମହାମାରୀ ଲାଗି କଲେଜ ଖୋଲି ଶିକ୍ଷାଦାନ କରିବା ଅସମ୍ଭବ ହେଉଥିବାରୁ ଏହି ବିକଳ୍ପ ବ୍ୟବସ୍ଥା ଦ୍ୱାରା ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଯାଇପାରିବ ବୋଲି ନିର୍ଦ୍ଦେଶାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏହି ହ୍ୱାଟ୍ସଆପ୍ ଗ୍ରୁପରେ ନିଜ ନିଜ ବିଷୟରେ ଇଣ୍ଟରନେଟ୍ ଲିଙ୍କ ଯୋଗାଇଦେବେ ଅଧ୍ୟାପକ। ଏହାସହବପ୍ରତି ୧୫ ଦିନରେ ଥରେ ଅନ୍ଲାଇନ ଡାଉଟ୍ କ୍ଲିଅରିଂ କ୍ଲାସ୍ ନେବେ ଅଧ୍ୟାପକ। ଅନ୍ଲାଇନ କ୍ଲାସ୍ ସଠିକ୍ ଭାବେ ଚାଲିଛି କି ନାହିଁ ସେନେଇ କଲେଜ ଅଧ୍ୟକ୍ଷମାନେ ପ୍ରତି ମାସରେ ନିର୍ଦ୍ଦେଶାଳୟକୁ ରିପୋର୍ଟ ଦେବା ନେଇ ନିଷ୍ପତ୍ତି ହୋଇଛି।
BREAKING NEWS
- ସମ୍ ଅଲ୍ଟିମେଟକୁ ମିଳିଲା ଜେସିଆଇ ପ୍ରାଇମ୍ ସ୍ୱୀକୃତି
- ଜେଲରେ ଥିବା ବେଳେ ଅଭିଯୁକ୍ତ ଅଲଗା ମାମଲା ଗୁଡିକରେ ଆଗୁଆ ଜାମିନ ଆବେଦନ କରି ପାରିବେ: ହାଇକୋର୍ଟ
- ଆଜିଠୁ ଶିକ୍ଷାନୁଷ୍ଠାନରେ ଗ୍ରୀଷ୍ମ ଛୁଟି, ପ୍ରଚଣ୍ଡ ଖରା ପାଇଁ ନିଷ୍ପତ୍ତି
- ପଦ୍ମ ଧରିବେ ଚର୍ଚ୍ଚିତ ୟୁଟ୍ୟୁବର ମନୀଷ କଶ୍ୟପ, ସାଂସଦ ମନୋଜ ତିୱାରୀଙ୍କ ସହ ଦିଲ୍ଲୀ ପହଞ୍ଚିଲେ ମନୀଷ
- ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ
- ବିଚ୍ ରାସ୍ତାରେ ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା
- ପ୍ରକାଶ ପାଇଲା ଜେଇଇ ମେନ୍ ରେଜଲ୍ଟ, ୫୬ ଜଣ ପ୍ରାର୍ଥୀ ହାସଲ କଲେ ୧୦୦ ପ୍ରତିଶତ ସ୍କୋର
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସାକାର ଓ ନିରାକାର
- ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୩ଟି ରାଜ୍ୟର ୮୯ଟି ଆସନରେ ପଡ଼ିବ ଭୋଟ୍
- ଆହୁରି ୧୦ ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ, ମେ’୪ ଯାଏଁ ନାହିଁ ନିସ୍ତାର