Latest Odisha News

BREAKING NEWS

ମୌସୁମୀ ବର୍ଷା ପ୍ରଭାବରେ ଖସିଲା ଇଲିସ୍ ଦର, ୨୫୦ ଟଙ୍କାରେ ବୋହି ନେଲେ ଲୋକ

ବାଲେଶ୍ୱର: ମାଛ ଅନେକଙ୍କ ପ୍ରିୟ ଖାଦ୍ୟ । ଆଉ ଯଦି ଇଲିସ୍ କଥା ପଡ଼େ ତ ସମସ୍ତଙ୍କ ପାଟିରୁ ନାଳ ଗଡ଼େ । ଆପଣ ଯଦି ଇଲିସ୍ ଖାଇବାକୁ ଆଗ୍ରହୀ ତା’ହେଲେ ଆଉ ଡେରି କରନ୍ତୁ ନାହିଁ । କାରଣ ଇଲିସ୍ ମାଛର ଦର ଖସିଛି । ବାଲେଶ୍ୱରରେ ଇଲିସ୍ ମାଛ କେଜି ପିଛା ୨୫୦ ଟଙ୍କାକୁ ଖସି ଆସିଛି ।

ଖବର ଅନୁସାରେ, ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଇଲିସ୍ ଆକାର ଅନୁସାରେ ୨୫୦ରୁ ୧୦୦୦ ଟଙ୍କାରେ ବିକ୍ରି ହୋଇଛି । ଭୋଗରାଇର ବ୍ୟବସାୟୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘାରୁ ଇଲିସ୍ ମାଛ ଆଣି ବିକ୍ରି କରନ୍ତି ।

ଇଲିସ୍ ମାଛକୁ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରୁ ଧରିଥାନ୍ତି । ଶୁକ୍ରବାର ଓ ଶନିବାର ବିପୁଳ ଇଲିସ୍ ମାଛ ମତ୍ସ୍ୟଜୀବୀ ଧରିଥିଲେ । ଦୀଘା ବଜାରରେ ପାଖାପାଖି ୪୦ ଟନ୍ ଇଲିସ୍ ଉପଲବ୍ଧ ହୋଇଥିବା ବେଳେ ଦର ଖସିଛି ।

ଭୋଗରାଇ ବଜାରରେ ୧ କେଜି ଇଲିସ୍ ହଜାରେ ଟଙ୍କାରେ ବିକ୍ରି ହୋଇଥିବା ବେଳେ ୫୦୦ ଗ୍ରାମର ମାଛ ୫୫୦ ଟଙ୍କା ଏବଂ ୫୦୦ ଗ୍ରାମରୁ କମ୍ ଓଜନର ମାଛ ୨୫୦ରୁ ୩୦୦ ଟଙ୍କାରି ବିକ୍ରି ହୋଇଛି ।

Leave A Reply

Your email address will not be published.