Latest Odisha News

BREAKING NEWS

ଇଟା, ସିମେଣ୍ଟ ବିନା ନିର୍ମିତ ତିନି ମହଲା ବିଶିଷ୍ଟ ମନ୍ଦିର: ୧୦୮ ସ୍ତମ୍ଭ ଉପରେ ହୋଇଛି ଛିଡ଼ା

ରାଜସ୍ଥାନ: ଏବେ ଶ୍ରାବଣ ମାସ ଚାଲିଛି । ଏଭଳି ପରିସ୍ଥିତିରେ ଭଗବାନ ଶିବଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଲାଗୁଛି । ତେବେ ଆମେ ଆପଣଙ୍କୁ ଏପରି ଏକ ଶିବ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ଏକ ହଜାର ବର୍ଷ ପୁରୁଣା । ଏହି ମନ୍ଦିରର ବିଶେଷ କଥା ହେଉଛି ଏହା ସିମେଣ୍ଟ ଏବଂ ଇଟା ବିନା ୧୦୮ ସ୍ତମ୍ଭ ଉପରେ ନିର୍ମିତ । ଏହି ମନ୍ଦିର ଗୁଜୁରାଟର ସୋମନାଥ ମନ୍ଦିର ସହିତ ସାମଞ୍ଜସ୍ୟ ରହିଛି । ଏହି ମନ୍ଦିରର ନାମ ଦେବ ସୋମନାଥ ମନ୍ଦିର ।

BjdElectrycity

ରାଜସ୍ଥାନର ଡଙ୍ଗରପୁର ନିକଟସ୍ଥ ଦେବ ଗ୍ରାମର ସୋମ ନଦୀ କୂଳରେ ରହିଛି ଏହି ଦେବ ସୋମନାଥ ମନ୍ଦିର । ଏହି ମନ୍ଦିରର ଚିତ୍ରକଳା ଖୁବ୍ ଅନନ୍ୟ । ଏହି ମନ୍ଦିରରେ ଭୂକମ୍ପ ମଧ୍ୟ ପ୍ରଭାବହୀନ ହୋଇଥାଏ । ଗାଁର ନାଁ ଦେବ ଏବଂ ଏହା ସୋମ ନଦୀ କୂଳରେ ଥିବାରୁ ଏହାର ନାମ ଦେବ ସୋମନାଥ ମନ୍ଦିର ରଖାଯାଇଛି । ହଜାରେ ବର୍ଷରୁ ଅଧିକ ପୁରୁଣା ଶିବଲିଙ୍ଗ ଏହି ମନ୍ଦିରରେ ପୂଜା ପାଉଛନ୍ତି । କୁହାଯାଏ ଯେ, ଏହା ଦ୍ୱାଦଶ ଶତାବ୍ଦୀରେ ରାଜା ଅମୃତପାଲ ଦେବଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ତିନି ମହଲା ବିଶିଷ୍ଟ ମନ୍ଦିରକୁ ଠିଆ କରିବା ପାଇଁ ୧୦୮ ସ୍ତମ୍ଭ ତିଆରି କରାଯାଇଥିଲା । ବର୍ତ୍ତମାନ ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ ପ୍ରତ୍ନତତ୍ତ୍ୱ୍ୱ ବିଭାଗ ଅଧୀନରେ ରହିଛି ।

ଏହି ମନ୍ଦିର ଗୁଜୁରାଟର ସୋମନାଥ ମନ୍ଦିର ସହିତ ସମାନ ବୋଲି ବିବେଚନା କରାଯାଏ । ସମୁଦାୟ ୧୦୮ ସ୍ତମ୍ଭ ଉପରେ ନିର୍ମିତ ଏହି ତିନି ମହଲା ମନ୍ଦିରର ଚିତ୍ରକଳା ଅତୁଳନୀୟ । ପ୍ରତ୍ୟେକ ସ୍ତମ୍ଭରେ ସୁନ୍ଦର ଭାବେ ଖୋଦନ କରାଯାଇଛି । ଏଥିରେ ଇଟା କିମ୍ବା ସିମେଣ୍ଟ ବ୍ୟବହାର କରାଯାଇନାହିଁ । କୁହାଯାଏ ଯେ ଚୂନ ଏବଂ ମୋର୍ଟାରରେ ନିର୍ମିତ ଏହି ସ୍ତମ୍ଭଗୁଡ଼ିକରେ ପଥରକୁ ସଂଯୋଗ କରିବା ପାଇଁ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଇ ନାହିଁ । ବଡ଼ ବଡ଼ ପଥର କାଟି ଏହା ନିର୍ମାଣ କରାଯାଇଛି ।

Leave A Reply

Your email address will not be published.