Latest Odisha News

BREAKING NEWS

୫୪ତମ ନେହେରୁ ଜୁନିୟର ହକି ଟାଇଟଲ ଜିତିଲା ଓଡ଼ିଶା ନାଭାଲ ଟାଟା ହକି ସେଣ୍ଟର

ଭୁବନେଶ୍ୱର: ଓଡ଼ିଶା ନାଭାଲ ଟାଟା ହକି ହାଇ ପରଫରମାନ୍ସ ସେଣ୍ଟର ଆଉ ଏକ ଗୌରବଜନକ ସଫଳତା ହାସଲ କରିଛି । ଗୁରୁବାର ଅନୁଷ୍ଠିତ ପ୍ରତିଷ୍ଠିତ ୫୪ତମ ନେହେରୁ ଜୁନିୟର ହକି ଟୁର୍ଣ୍ଣମେଣ୍ଟର ବାଳକ ଅଣ୍ଡର ୧୭ ବର୍ଗରେ ଓଏନଟିଏଚଏଚପିସି ଦଳ ଚାମ୍ପିୟନ୍ ହୋଇଛି । ଦିଲ୍ଲୀର ଶିବାନୀ ଷ୍ଟାଡିୟମରେ ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ଓଡ଼ିଶାର ଯୁବ ଖେଳାଳିମାନେ ଏନସିସି ଲକ୍ଷ୍ନୌକୁ ୪-୩ ଗୋଲ୍‌ରେ ପରାସ୍ତ କରି ଏହି ବିଜୟ ହାସଲ କରିଛନ୍ତି । ଏହି ବିଜୟ ସହ ଦଳ ତିନି ବର୍ଷର ବ୍ୟବଧାନ ପରେ ପୁଣିଥାଏ ଏହି ଟ୍ରଫି ନିଜ ନାମରେ କରିଛି । ଚଣ୍ଡିଗଡ଼ର ଗଭର୍ଣ୍ଣମେଣ୍ଟ ମଡେଲ୍ ସିନିୟର ସେକେଣ୍ଡାରୀ ସ୍କୁଲକୁ ୪-୨ ଗୋଲ୍‌ରେ ହରାଇଥିଲା । ସୋନିପତ୍ ବିପକ୍ଷରେ ମଧ୍ୟ ସମାନ ୪-୨ ଗୋଲ୍‌ର ବିଜୟ ସହ ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା ।

ଜାମସେଦପୁରର ନଭଲ ଟାଟା ହକି ଏକାଡେମୀକୁ ୪-୨ ଗୋଲ୍‌ରେ ପରାସ୍ତ କରି ଫାଇନାଲକୁ ପ୍ରବେଶ କରିଥିଲା ।  ଏନସିସି ଲକ୍ଷ୍ନୌ ବିପକ୍ଷରେ ଏକ ସଂଘର୍ଷପୂର୍ଣ୍ଣ ତଥା ସାତ-ଗୋଲ୍ ବିଶିଷ୍ଟ ରୋମାଞ୍ଚକର ମ୍ୟାଚ୍‌ରେ ଦଳ ବିଜୟୀ ହୋଇଥିଲା । ଏହି ଚମତ୍କାର ପ୍ରଦର୍ଶନ ପାଇଁ ଓଏନଟିଏଚଏଚପିସିର ମନେଶ ନାଏକଙ୍କୁ ଟୁର୍ଣ୍ଣମେଣ୍ଟର ବେଷ୍ଟ ପ୍ଲେୟାର ଭାବେ ପୁରସ୍କୃତ କରାଯାଇଛି । ହକି ଏସ୍ ଫାଉଣ୍ଡେସନର ସିଇଓ କ୍ୟାପଟେନ୍ ଅମିତାଭ କହିଛନ୍ତି, ଏହି ବିଜୟ ସମଗ୍ର ଓଏନଟିଏଚଏଚପିସି ପରିବାର ପାଇଁ ଏକ ଗର୍ବର ମୁହୂର୍ତ୍ତ । ତିନି ବର୍ଷ ପରେ ଏହି ଟ୍ରଫି ଜିତିବା ଆମର ଖେଳାଳି ଏବଂ କୋଚ୍‌ମାନଙ୍କ କଠିନ ପରିଶ୍ରମ ଓ ଅନୁଶାସନର ପ୍ରମାଣ ଅଟେ ।

Leave A Reply

Your email address will not be published.