Latest Odisha News

ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ଓପିଡି ୪୮ ଘଣ୍ଟା ବନ୍ଦ

ଭଦ୍ରକ: ୪୬ ଘଣ୍ଟା ବନ୍ଦ ରହିବ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓପିଡି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି । ହସ୍ପିଟାଲର ଜଣେ ଡାକ୍ତର କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସଂପୃକ୍ତ ଡାକ୍ତରଙ୍କ ଡ୍ରାଇଭର ବି କରୋନା ସଂକ୍ରମିତ ହୋଇଛନ୍ତି । ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓପିଡି ସେବା ବନ୍ଦ ରହିବ । ତେବେ ଏହି ସମୟ ଭିତରେ ଜରୁରିକାଳୀନ ସେବା ଜାରି ରହିବ । ଆଜି ଓ ଆସନ୍ତାକାଲି ଦୁଇ ଦିନ ଡାକ୍ତରଖାନାରେ ଓପିଡି ସେବା ବନ୍ଦ ରହିବ ।

ଏହି ସମୟରେ ଓପିଡିକୁ ନ ଆସିବା ପାଇଁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ହସ୍ପିଟାଲ ପରିସରକୁ ସାନିଟାଇଜ୍ କରାଯିବ ।

Leave A Reply

Your email address will not be published.