Latest Odisha News

BREAKING NEWS

ଟିକା ନେଇ ନଥିଲେ ମିଳିବନି ଦରମା

ମହାରାଷ୍ଟ୍ର: ଦେଶରେ ଟିକାକରଣ ଅଭିଯାନ ରେକର୍ଡ କରିଥିବା ବେଳେ ମହାରାଷ୍ଟ୍ରର ଥାନେ ମ୍ୟୁନିସିପାଲିଟି କର୍ପୋରେସନ କୋଭିଡ-୧୯ ଟିକା ନେଇନଥିବା କର୍ମଚାରୀଙ୍କୁ ଦରମା ଦିଆଯିବ ନାହିଁ ବୋଲି ବିଜ୍ଞପ୍ତି ଜାରି କରିଛି। ଟିକା ନାହିଁ ତ ଦରମା ବି ନାହିଁ।

ଥାନେ ମେୟର ନରେଶ ମାସ୍କେଙ୍କ ସମେତ ଟିଏମସିର ବରିଷ୍ଠ ଅଧିକାରୀଙ୍କ ବୈଠକରେ ସୋମବାର ଏହି ନିଷ୍ପତ୍ତି ନିଆଯାଇଛି।

ସୋମବାର ବିଳମ୍ବିତ ରାତିରେ ଜାରି କରାଯାଇଥିବା ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଯେଉଁ ନାଗରିକ କର୍ମଚାରୀମାନେ ପ୍ରଥମ ଡୋଜ ନେଇ ନାହାଁନ୍ତି ସେମାନଙ୍କୁ ଦରମା ଦିଆଯିବ ନାହିଁ।

ଟିଏମସି ସମସ୍ତ ନାଗରିକ କର୍ମଚାରୀଙ୍କ ପାଇଁ ନିଜ କାର୍ଯ୍ୟାଳୟରେ ଟିକାକରଣ ପ୍ରମାଣପତ୍ର ଦାଖଲ କରିବା  ବାଧ୍ୟତାମୂଳକ କରିଛି।

Leave A Reply

Your email address will not be published.