Latest Odisha News

BREAKING NEWS

ବିରୋଧୀ ବୈଠକରେ ମିଳିତ ପ୍ରାର୍ଥୀ; ଏନଡିଏକୁ ସମର୍ଥନ ଦେଇପାରେ ବିଜେଡି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ଜାତୀୟ ନିର୍ବାଚନ କମିଶନ ବିଜ୍ଞପ୍ତି ଜାରି କରିଛନ୍ତି । ସେପଟେ ଏନଡିଏ ବିରୋଧୀ ଗୋଷ୍ଠୀଙ୍କୁ କନଷ୍ଟିଚ୍ୟୁସନ କ୍ଲବରେ ଏକାଠି କରିଛନ୍ତି ମମତା । ଏଥିରେ ପ୍ରାୟ ୧୭ଟି ଦଳ ଯୋଗ ଦେଇଥିଲେ । ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ, ଏନସିପିର ଶରଦ ପୱାର-ପ୍ରଫୁଲ୍ଲ ପଟେଲ, କଂଗ୍ରେସର ମଲ୍ଲିକାର୍ଜୁନ ଖର୍ଗେ-ଜୟରାମ ରମେଶ, ଜେଡିଏସର ଏଚଡି ଦେବେଗୌଡ଼ା-ଏଚଡି କୁମାରସ୍ୱାମୀ, ପିଡିପିର ମେହବୁବା ମୁଫତୀ, ନ୍ୟାଶନାଲ କନଫରେନ୍ସର ଓମାର ଅବଦୁଲ୍ଲା ଓ ବାମ ଦଳର ପ୍ରମୁଖ ନେତା ମାନେ ଏହି ବୈଠକରେ ଯୋଗ ଦେଇଥିଲେ ।

ଅନ୍ୟପଟେ ବୈଠକରୁ ଦୂରତା ରଖିଥିବା ବିଜେଡିର ନିଷ୍ପତ୍ତି ନେବେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ଦଳୀୟ ମୁଖପାତ୍ର ଲେନିନ୍ ମହାନ୍ତି ଓଡ଼ିଶା ସମ୍ବାଦକୁ ସୂଚନା ଦେଇଛନ୍ତି । ଦଳ ସଭାପତି ଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବେ ବୋଲି ଲେନିନ୍ କହିଛନ୍ତି । କିନ୍ତୁ ଦଳର କିଛି ଭିତିରି ସୂତ୍ରରୁ ଜଣାପଡ଼ିଛି ଯେ ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେଇପାରେ ।

ବୈଠକରେ ମମତା ଏକ ପ୍ରସ୍ତାବ ଦେଇଥିଲେ ଯେ ଉପସ୍ଥିତ ଦଳ ମାନେ ଜଣେ ପ୍ରାର୍ଥୀଙ୍କୁ ସମର୍ଥନ କରିବେ । ପୂର୍ବରୁ ରାଜି କରିବାକୁ ଚେଷ୍ଟା କରାଯାଉଥିବା ଶରଦ ପୱାରଙ୍କ ନାମ ମଧ୍ୟ ପ୍ରସ୍ତାବ ଦେଇଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । କିନ୍ତୁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଶରଦ ଏହାକୁ ପ୍ରତ୍ୟାକ୍ଷାନ କରିଛନ୍ତି । ସେ ସକ୍ରିୟ ରାଜନୀତିରେ ଆହୁରି ଇନିଂସ ଖେଳିବା ବାକି ଅଛି ବୋଲି ଶରଦ ଆଶା ବ୍ୟକ୍ତ କରିଛନ୍ତି ।

ଉପରୋକ୍ତ ସମସ୍ତ ଦଳ ବୈଠକରେ ଯୋଗ ଦେଇଥିବା ବେଳେ, ନିମନ୍ତ୍ରିତ ବିଜେଡି, ଟିଆରଏସ, ଆପ୍ ଏବଂ ଶିରୋମଣି ଅକାଳି ଦଳ ବୈଠକରେ ଯୋଗ ଦେଇନାହାନ୍ତି ।
ସେପଟେ ବୈଠକ ପରେ ଶରଦ ପୱାର, ମମତା ଏବଂ କଂଗ୍ରେସର ମଲ୍ଲିକାର୍ଜୁନ ଖର୍ଗେ ଅନ୍ୟ ଦଳ ମାନଙ୍କ ସହ ଆଲୋଚନା କରି ପ୍ରାର୍ଥୀ ଚୟନ ପାଇଁ ପ୍ରସ୍ତାବ ଦେବେ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ଏହି ମେଣ୍ଟ ଚଳିତ ମାସ ୨୧ ତାରିଖ ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ ବୋଲି ଯୋଜନା ରଖିଛି ।

Leave A Reply

Your email address will not be published.