Latest Odisha News

BREAKING NEWS

ଗ୍ରାହକଙ୍କ ଲାଗି ଦିୱାଲୀ ଅଫର; ୮,୦୦୦ ଟଙ୍କା ଡ଼ିସକାଉଣ୍ଟରେ ମିଳୁଛି ଓପୋ କେ-୧ !

ମୁମ୍ବାଇ: ଅଗ୍ରଣୀ ମୋବାଇଲ୍ ନିର୍ମାତା କମ୍ପାନୀ ଓପୋ କେ-୧ ସିରିଜ୍ ଫୋନରେ ଏବେ ଫିଙ୍ଗରପ୍ରିଣ୍ଟ ସେନସର୍ ଡ଼ିସପ୍ଲେ ଉପଲବ୍ଧ ହେଉଛି । ଗ୍ରାହକମାନେ ଓପୋ କେ-୧ ମୋବାଇଲ୍ ଫୋନ ଫ୍ଲିପକାର୍ଟ ଅନଲାଇନ ମାଧ୍ୟମରେ ମଧ୍ୟ କ୍ରୟ କରିପାରିବେ । ଏହି ଫୋନ ୧୮,୯୯୦ ଟଙ୍କାରେ ପ୍ରଥମେ ବିକ୍ରି ହେଉଥିଲେ ମଧ୍ୟ ଦିୱାଲୀ ଅଫର ଯୋଗୁଁ ଫ୍ଲିପକାର୍ଟ ମାଧ୍ୟମରେ କିଣିଲେ ଗ୍ରାହକ ୮,୦୦୦ ଟଙ୍କା ଡ଼ିସକାଉଣ୍ଟ ପାଇପାରିବେ

ଏହି ଫୋନ ଲାଗି ୮,୦୦୦ ଟଙ୍କା ଡ଼ିସକାଉଣ୍ଟ ବ୍ୟତୀତ ଗ୍ରାହକମାନେ ଯଦି ଏସବିଆଇ କ୍ରେଡ଼ିଟ୍ କାର୍ଡ଼ ମାଧ୍ୟମରେ କିଣନ୍ତି ତେବେ ୧,୦୦୦ ଟଙ୍କାର ଫ୍ଲାଟ୍ ପ୍ରିପେଡ୍ ଡ଼ିସକାଉଣ୍ଟ ପାଇପାରିବେ । ଗ୍ରାହକଙ୍କୁ ଏହା ୯,୯୯୦ ଟଙ୍କାରେ ଉପଲବ୍ଧ ହୋଇପାରିବ । ସେହିପରି ଭାବେ ଫ୍ଲିପକାର୍ଟ ଆକ୍ସିସ ବ୍ୟାଙ୍କ କ୍ରେଡ଼ିଟ କାର୍ଡ଼ ମାଧ୍ୟମରେ କିଣିଲେ ଏହା ୫ ପ୍ରତିଶତ କ୍ୟାସବ୍ୟାକ ଅଫର ସହିତ ମିଳିପାରିବ ।

ଏହି ଓପୋ କେ-୧ ରେ ରହିଛି ୬.୪ ଇଞ୍ଚ ଆମୋଲେଡ଼ ଏଫଏଚଡ଼ି+ ଡ଼ିସପ୍ଲେ । ୪ଜିବି ର‌୍ୟାମ, ୬୪ଜିବି ଷ୍ଟୋରେଜ୍ କ୍ଷମତା । ଏଥିରେ ମଧ୍ୟ ରହିଛି ସ୍ନାପଡ୍ରାଗନ ୬୬୦ ମୋବାଇଲ୍ ପ୍ଲାଟଫର୍ମ, ୧୬-ଏମପି + ୨ଏମପି ପଛ କ୍ୟାମେରା । ଏହି ଫୋନରେ ରହିଛି ୨୫ ଏମପି ଫ୍ରଣ୍ଟ ସେଲଫି କ୍ୟାମେରା ସାଙ୍ଗକୁ ୩,୬୦୦ ଏମଏଏଚ ବ୍ୟାଟେରୀ ।

ଏବେ ବଜାରରେ ଓପୋ କେ-୧ ମୋବାଇଲ୍ ଫୋନ ଦୁଇଟି ରଙ୍ଗରେ ମିଳୁଛି, ପିଆନୋ ବ୍ଲାକ ଏବଂ ଆଷ୍ଟ୍ରାଲ୍ ବ୍ଲୁ କଲରରେ ।

Leave A Reply

Your email address will not be published.