Latest Odisha News

BREAKING NEWS

ମୁମ୍ବାଇ କମର୍ସିଆଲ୍ ବିଲ୍ଡିଂ ୨୨ମହଲାରେ ଅଗ୍ନିକାଣ୍ଡ, ଚାଲିଛି ଉଦ୍ଧାର କାର୍ଯ୍ୟ

ମୁମ୍ବାଇ: ମୁମ୍ବାଇର ଅନେ୍ଧରୀ ଅଞ୍ଚଳରେ ରହିଥିବା ଏକ କମର୍ସିଆଲ୍ ବିଲ୍ଡିଂରେ ସୋମବାର ଦିନ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅପରାହ୍ନ ସମୟରେ ଏହି କମ୍ପେ୍ଲକ୍ସଟିର ୨୨ମହଲାରେ ନିଆଁ ଲାଗିଯାଇଥିବାର ସୂଚନା ମିଳିଛି ।

ଏହି ଅଗ୍ନିକାଣ୍ଡରେ ଏପର୍ଯ୍ୟନ୍ତ କୌଣସି ମୃତାହତ ଖବର ମିଳିନଥିଲେ ମଧ୍ୟ ଫସିରହିଥିବା ଲୋକଙ୍କ ଉଦ୍ଧାର କାର୍ଯ୍ୟ ଲାଗି ଉଦ୍ୟମ ଜାରି ରହିଛି ।

ଏହି ଅଗ୍ନିକାଣ୍ଡ ଯୋଗୁଁ ବିଲ୍ଡିଂର ୨୨ ମହଲାରେ ଅନେକ ବ୍ୟକ୍ତି ଫସି ରହିଥିବା ଏଏନଆଇ ସୂତ୍ରରୁ ଜଣା ପଡ଼ିଛି ।

ମିଳିଥିବା ସୂଚନାନୁଯାୟୀ, ଏହି କମର୍ସିଆଲ୍ କମ୍ଲେକ୍ସଟି ଏକ ନାମୀ ଫିଲ୍ମ ଷ୍ଟୁଡ଼ିଓ ସାମ୍ନାରେ ରହିଥିବା ବେଳେ ଏହି ଅଗ୍ନିକାଣ୍ଡ କେଉଁ କାରଣରୁ ହୋଇଛି ତାହାର ସୂଚନା ଏଯାଏଁ ସ୍ପଷ୍ଟ ମିଳିପାରିନାହିଁ ।

Leave A Reply

Your email address will not be published.