ନୂଆଦିଲ୍ଲୀ: କୃଷି ବିଲ୍ ପାରିତ ହେବା ପରେ ମଧ୍ୟ ରାଜ୍ୟସଭାରେ ଜାରି ରହିଛି ବିରୋଧ । କଂଗ୍ରେସ ସାଂସଦମାନେ ରାତିରେ ସଂସଦ ବାହାରେ ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଇଥିଲେ । ବିଲ୍ରେ ଦସ୍ତଖତ ନକରିବା ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ଅନୁରୋଧ କରିବାକୁ ଯିବା ବେଳେ ସୃଷ୍ଟି ହୋଇଥିଲା ଉତ୍ତେଜନା ପରିସ୍ଥିତି ।
କଂଗ୍ରେସ ସାଂସଦମାନେ ସଂସଦ ପରିସରରୁ ମହମବତୀ ଶୋଭାଯାତ୍ରାରେ ରାଷ୍ଟ୍ରପତି ଭବନ ଅଭିମୁଖେ ଯିବା ବେଳେ ସେଠାରେ ଉପସ୍ଥିତ ଥିବା ପୋଲିସ କର୍ମୀ ସେମାନଙ୍କୁ ଠେଲାପେଲା କରିଥିବା ଅଭିଯୋଗ ହୋଇଛି । ତେବେ ବିଲ୍ରେ ରାଷ୍ଟ୍ରପତି ମୋହର ନଲଗାଇବା ପାଇଁ ଅକାଳି ଦଳର ଏକ ପ୍ରତିନିଧି ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟି ଅନୁରୋଧ ଜଣାଇଛନ୍ତି ।
ପୂର୍ବରୁ ରାଜ୍ୟସଭାରେ କୃଷି ବିଲ୍ ବେଳେ ବିରୋଧୀଙ୍କ ହଙ୍ଗାମା ଘଟଣାରେ ବିଶୃଙ୍ଖଳିତ ଆଚରଣ ପାଇଁ ୮ ସାଂସଦଙ୍କୁ ସପ୍ତାହେ ଲାଗି ନିଲମ୍ବିତ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ।
Comments are closed.