Latest Odisha News

BREAKING NEWS

ପାଟନା ମହାବୈଠକରେ ଏକାଠି ହେବେ ୧୮ ଦଳ; କିଏ ଦେବ ମୋଦିଙ୍କୁ ଟକ୍କର ?

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ବିରୋଧୀଙ୍କ ବଡ ପ୍ରସ୍ତୁତି । ବିଜେପିକୁ ଚାଲେଞ୍ଜ ଦେବା ପାଇଁ ଏକାଠି ହେଉଛନ୍ତି ସବୁ ବିରୋଧୀ  । ଶୁକ୍ରବାର ପାଟନାରେ ମାନସମନ୍ଥନ କରିବେ ସବୁ ବିପକ୍ଷ । ମିଳିଥିବା ସୂଚନା ଅନୁସାରେ, ବିଜେପି ବିରୋଧରେ ଏକ ଶକ୍ତିଶାଳୀ ମୋର୍ଚ୍ଚା ପ୍ରସ୍ତୁତ କରିବା ପାଇଁ  ପାଟନାରେ ଏହି ବୈଠକ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଆୟୋଜନ କରିଛନ୍ତି । ବୈଠକ ମୁଖ୍ୟମନ୍ତ୍ରୀଙ୍କ ବାସଭବନ  ୧ ଅଣେ ମାର୍ଗରେ ହେବ ।

ବୈଠକରେ ସାମିଲ ହେବେ ୧୮ ଦଳ । ଏତେ ଗୁଡିଏ ଦଳକୁ ନେଇ ଏକାଠି ନିର୍ବାଚନ ଲଢିବା ସମ୍ଭବ ନୁହେଁ । ଏମିତି ସ୍ଥିତିରେ ଆଗକୁ ଯିବା ମୁସ୍କିଲ ହେବ ନିଶ୍ଚୟ । ସବୁଠାରୁ ବଡ କଥା ହେଉଛି କିଏ  ଦେଇପାରିବ ମୋଦିଙ୍କୁ ଟକ୍କର ?

ସବୁଠାରୁ ବଡ ବିବାଦ ଦେଖାଦେବ ପ୍ରଧାନମନ୍ତ୍ରୀ ପଦକୁ ନେଇ । ମେଣ୍ଟ କ୍ଷମତାକୁ ଆସିଲେ କିଏ ହେବ ପ୍ରଧାନମନ୍ତୀ ?  ମେଣ୍ଟ ଦଳରେ ରହିଛନ୍ତି ଏକାଧିକ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ । ମମତା ବାନାର୍ଜୀ, ନୀତିଶ କୁମାର, ଅରବିନ୍ଦ କେଜ୍ରିୱାଲ, ରାହୁଲ ଗାନ୍ଧୀ ପ୍ରମୁଖ ଆଶାୟୀ ପ୍ରାର୍ଥୀ ଥିବାବେଳେ କିଏ ନିଜ ଦଳର ସ୍ୱାର୍ଥକୁ ଛାଡି ଅନ୍ୟକୁ ସମର୍ଥନ ଦେବ ? ୧୮ ଦଳ ଏକାଠି ହୋଇ ଜଣଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବାଛି ପାରିବେ ?

ରାଜନୈତିକ ବିଶ୍ଳେଷକଙ୍କ କହିବା ଅନୁଯାୟୀ, ଯଦି ବିପକ୍ଷ ଏକତା କ୍ଷମତାକୁ ଆସେ ତେବେ ଭାଗବଣ୍ଟା ହେବ କେମିତି ? କାରଣ ଏକାଠି ନିର୍ବାଚନ ଲଢିଲେ ସମସ୍ତଙ୍କର ବିଚାରଧାରା ଏକ ହେବ ନାହଁ ।

ତେଣୁ ମୋଦିଙ୍କ ବିରୋଧୀ ଚେହେରା ଭାବେ ମେଣ୍ଟ କାହାକୁ ପ୍ରୋଜେକ୍ଟ କରିବ ତାହାକୁ ନେଇ ଉଠିଛି ପ୍ରଶ୍ନ । ତେବେ ଆଜିର ଏହି ବୈଠକରେ ଏହାକୁ ନେଇ ହୋଇପାରେ ଆଲୋଚନା ।

Leave A Reply

Your email address will not be published.