Latest Odisha News

BREAKING NEWS

ଟି୨୦ ଇତିହାସର ଦ୍ୱିତୀୟ ସର୍ବବୃହତ ରନ ଚେଜ କଲା ମିଡିଲସେକ୍ସ

ଲଣ୍ଡନ: ଇଂଲଣ୍ଡର ଏକ ଘରୋଇ ଟି୨୦ ଟୁର୍ଣ୍ଣାମେଂଟରେ ମିଡିଲସେକ୍ସ ଟିମ ୧୯.୨ ଓଭରରେ ୩ ୱିକେଟ ହରାଇ ୨୫୩ ରନର ଟାର୍ଗେଟ ଚେଜ କରିଛି । ଟି୨୦ ଇତିହାସର ଏହା ଦ୍ୱିତୀୟ ସର୍ବବୃହତ ରନଚେଜ । ଟି୨୦ ବ୍ଲାଷ୍ଟରେ ପ୍ରଥମେ ବ୍ୟାଟିଂ କରି ସରେ ୨୦ ଓଭରରେ ୭ ୱିକେଟ ହରାଇ ୨୫୨ ରନ କରିଥିଲା । ବିଲ ଜ୍ୟାକ୍ସ ୪୫ ବଲରେ ୯୬ ରନ କରିଥିଲେ । ସେ ବ୍ଲ୍ୟୁକ ହୋଲମ୍ୟାନଙ୍କ ଗୋଟିଏ ଓଭରରେ ୫ଟି ଛକା ମାରିଥିଲେ । ଲରୀ ଏଭେନ୍ସ ୩୭ ବଲରେ ୮୫ ରନ କରିଥିଲେ । ୨୫୩ ରନର ଲକ୍ଷ୍ୟକୁ ପିଛା କରି ମିଡିଲସେକ୍ସ ବ୍ୟାଟ୍ସମ୍ୟାନ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ । ଜୋ କ୍ରେକନେଲ ୧୬ ବଲରେ ୩୬, ଷ୍ଟିଫେନ ଏସ୍କିନାଜି ୭୩ ଓ ମ୍ୟାକସ ହୋଲ୍ଡନ ୬୮ ଓ ର‌୍ୟାନ ହିଙ୍ଗିସ ୪୩ ରନ କରିଥିଲେ ।

କ୍ରମାଗତ ୧୪ଟି ଟି୨୦ରେ ପରାଜିତ ହୋଇଥିବା ମିଡିଲସେକ୍ସ ଟିମ ଏହି ବିଜୟ ମାଧ୍ୟମରେ ଇତିହାସ ରଚିବାରେ ସଫଳ ହୋଇଛି । ଦକ୍ଷିଣ ଆଫ୍ରିକା ନାମରେ ଟି୨୦ ଇତିହାସର ସର୍ବାଧିକ ରନ ଚେଜର ରେକର୍ଡ ରହିଛି । ୱେଷ୍ଟଇଣ୍ଡିଜ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୨୫୯ ରନର ଟାର୍ଗେଟକୁ ୧୮.୫ ଓଭରରେ ହାସଲ କରିଥିଲା । ବିଜୟ ସତ୍ୱେ ମିଡିଲସେକ୍ସ ଟିମ ଏବେ ବି ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି ।

Leave A Reply

Your email address will not be published.