Latest Odisha News

BREAKING NEWS

ଆସନ୍ତା ୪ ଦିନ ପାଇଁ ରାଜ୍ୟର ଅନେକ ଜିଲ୍ଲାରେ ‘ଅରେଞ୍ଜ ଆଲର୍ଟ’ ଜାରି

  • ଅରେଞ୍ଜ ଆଲର୍ଟ: ଆସନ୍ତା ୪ ଦିନ ପାଇଁ ଉତ୍ତର ଓଡ଼ିଶାର ୭ଟି ଜିଲ୍ଲାକୁ ପାଇଁ ସତର୍କ ସୂଚନା
  • ପବନର ବେଗ: ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୫୦-୬୦ କିମି ବେଗରେ ପବନ ବହିବାର ଆଶଙ୍କା।
  • ତାପମାତ୍ରା: ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା।

ଭୁବନେଶ୍ୱର: ରାଜ୍ୟରେ ପୁଣିଥରେ ପାଗରେ ବଡ଼ ପରିବର୍ତ୍ତନ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ଏବଂ ପବନର ପ୍ରକୋପ ଜାରି ରହିବ। ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଅନେକ ଜିଲ୍ଲା ପାଇଁ ‘ଅରେଞ୍ଜ ଆଲର୍ଟ’ ଜାରି କରାଯାଇଛି।

ବିଶେଷକରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟା ପ୍ରତି ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଗତକାଲି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ିବା ଏବଂ ବିଦ୍ୟୁତ ସରବରାହ ବ୍ୟାହତ ହେବା ଭଳି ଖବର ମିଳିଛି।

ପାଣିପାଗ ବିଭାଗର ବୁଲେଟିନ୍ ଅନୁଯାୟୀ, ମୌସୁମୀ ଅଗ୍ରସର ହେବା ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି ହୋଇଛି, ଯାହାର ପ୍ରଭାବରେ ରାଜ୍ୟରେ ଏଭଳି ଅସ୍ଥିର ପାଣିପାଗ ଜାରି ରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖି ସତର୍କ ରହିବାକୁ ସାଧାରଣ ଜନତାଙ୍କୁ ପରାମର୍ଶ ଦିଆଯାଇଛି।

Comments are closed.