Latest Odisha News

BREAKING NEWS

ଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶକୁ କ୍ୟାବିନେଟ ମୋହର

ଭୁବନେଶ୍ୱର :ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାର ବସିଥିବା ରାଜ୍ୟ କ୍ୟାବିନେଟ୍ ଏହି ଅଧ୍ୟାଦେଶକୁ ଅନୁମୋଦନ କରିଛି । ପୁରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିରର ପରିଚାଳନା ଦାୟିତ୍ବ ଏକ କମିଟିକୁ ଦିଆଯିବ । ମନ୍ଦିରର କାର୍ଯ୍ୟଗୁଡ଼ିକର ଉତ୍ତମ ଏବଂ ସଠିକ୍ ପରିଚାଳନା ହେବା ସହିତ ତୀର୍ଥଯାତ୍ରୀ, ଶ୍ରଦ୍ଧାଳୁମାନଙ୍କୁ ଉନ୍ନତ ଧରଣର ସୁବିଧା ମିଳିପାରିବ ।

ଅଧ୍ୟାଦେଶରେ ପରିଚାଳନା କମିଟି ଗଠନ, ସଭ୍ୟ ସଂଖ୍ୟା ବ୍ୟବସ୍ଥା, କମିଟିର ଦାୟିତ୍ୱ ଓ କ୍ଷମତା, ମନ୍ଦିର ସଂପତ୍ତି ସୁରକ୍ଷା ନେଇ ବ୍ୟବସ୍ଥା ହୋଇଛି। ଏଥି ସହ ଲିଙ୍ଗରାଜ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାରଙ୍କ ଅନେକ ଗୁଡ଼ିଏ ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ଯୋଜନା କରାଯାଇଛି, ତାହାକୁ ଅଗ୍ରାଧିକାର ଭିତ୍ତିରେ କରାଯିବା ଆବଶ୍ୟକ । ଏବେ ବିଧାନସଭା ମୁଲତବି ଥିବାରୁ ଅଧ୍ୟାଦେଶ ଜରିଆରେ ନୂତନ ଆଇନର ବ୍ୟବସ୍ଥା କରାଯାଇଛି ।

ଗତ ୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ୍ରାମ କ୍ଷେତ୍ର ପରିଦର୍ଶନ କରିବା ସହ ଶ୍ରୀମନ୍ଦିର ଢାଞ୍ଚାରେ ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ୍ ଆଣିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.