Latest Odisha News

BREAKING NEWS

୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ ପତ୍ର ଆହ୍ୱାନ

ଭୁବନେଶ୍ୱର: ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆବେଦନ ପତ୍ର ଆହ୍ୱାନ କରାଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ପୂର୍ଣ୍ଣ ଅନୁଦାନପ୍ରାପ୍ତ ୪୮୮ ବର୍ଗ (୨) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡିକ ପାଇଁ ୨୩ ଗୋଟି ବିଭିନ୍ନ ବିଷୟରେ ୧୦୬୧ ଗୋଟି ସ୍ନାତକୋତ୍ତର ଶିକ୍ଷକ ପଦବୀ ପୂରଣ ନିମନ୍ତେ ରାଜ୍ୟ ପ୍ରବରଣ ମଣ୍ଡଳୀ (ରାଜ୍ୟ ଚୟନ ବୋର୍ଡ) ମାଧ୍ୟମରେ ଆବେଦନ ପତ୍ର ଗ୍ରହଣ କରାଯାଉଅଛି ।

ଉକ୍ତ ପଦବୀ ପାଇଁ ଦରମା ହାର ୪୪ ହଜାର ୯୦୦ ଟଙ୍କା ରୁ ୧ ଲକ୍ଷ ୪୨ ହଜାର ୪୦୦ ଟଙ୍କା ରହିଛି । ଯାହାକି ଦରମା ପୁନଃ ନିର୍ଦ୍ଧାରଣ ନିୟମ ୨୦୧୭ ର ଦରମା ସାରଣୀ ସ୍ତର ୧୦ ଓ ଶ୍ରେଣୀ ୧ ର ଅନ୍ତର୍ଭୁକ୍ତ ଅଟେ । ଯୋଗ୍ୟ ଓ ଇଚ୍ଛୁକ ପାର୍ଥୀମାନେ ରାଜ୍ୟ ପ୍ରବରଣ ମଣ୍ଡଳୀ (ରାଜ୍ୟ ଚୟନ ବୋର୍ଡ)ର ଉପଲବ୍ଧ ୱେବ୍‌ସାଇଟ୍ www.ssbodisha.ac.in ଲିଙ୍କ ରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ଆବେଦନ କରିବାର ତାରିଖ ମାର୍ଚ୍ଚ ୧୮, ୨୦୨୪ ଅପରାହ୍ନ ୧ଟା ଠାରୁ ଏପ୍ରିଲ ୧୮ ତାରିଖ ୨୦୨୪ ରାତି ୧୧ ଟା ୪୫ ପର୍ଯ୍ୟନ୍ତ ରହିଛି ।

ସବିଶେଷ ବିବରଣୀ ପାଇଁ ଉପରୋକ୍ତ ୱେବ୍‌ସାଇଟ୍ କୁ ପରିଦର୍ଶନ କରି ସମସ୍ତ ତଥ୍ୟ ପାଇପାରିବେ ।

Leave A Reply

Your email address will not be published.