Latest Odisha News

BREAKING NEWS

ଓଡ଼ିଶା ଜନତା କଂଗ୍ରେସରେ ସାଂଗଠନିକ ପୁନର୍ଗଠନ, ୪ ପ୍ରମୁଖ ବିଭାଗ ପାଇଁ ନୂଆ ସଭାପତି ଓ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ଓଡ଼ିଶା ଜନତା କଂଗ୍ରେସ (ଓଜେସି) ସଂଗଠନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବଡ଼ ସାଂଗଠନିକ ପଦକ୍ଷେପ ନେଇଛି। ଦଳର ସଭାପତି ଇଂ. ମହମ୍ମଦ ମୋକିମ ଦଳର ଚାରିଟି ପ୍ରମୁଖ ବିଭାଗ ପାଇଁ ସଭାପତି, ଅଧ୍ୟକ୍ଷ ଓ ସଭାନେତ୍ରୀଙ୍କୁ ମନୋନୀତ କରିଥିବା ନେଇ ବୁଧବାର ପୃଥକ ପୃଥକ ବିଜ୍ଞପ୍ତି ଜାରି କରିଛନ୍ତି।

ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଓଡ଼ିଶା ସେବା ସଂଗଠନ, ଓଡ଼ିଶା ଯୁବ ଜନତା କଂଗ୍ରେସ, ଓଡ଼ିଶା କୃଷକ ଜନତା କଂଗ୍ରେସ ଏବଂ ଓଡ଼ିଶା ମହିଳା ଜନତା କଂଗ୍ରେସ ପାଇଁ ନୂତନ ଦାୟିତ୍ୱ ବଣ୍ଟା ଯାଇଛି। ଏହି ନିଯୁକ୍ତି ମାଧ୍ୟମରେ ସଂଗଠନକୁ ତୃଣମୂଳ ସ୍ତରରେ ଅଧିକ ସକ୍ରିୟ କରିବା ସହ ବିଭିନ୍ନ ବର୍ଗର ଲୋକଙ୍କୁ ଦଳ ସହ ଯୋଡ଼ିବାକୁ ଗୁରୁତ୍ୱ ଦିଆଯାଇଛି।

ବିଜ୍ଞପ୍ତିରେ କୁହାଯାଇଛି ଯେ, ନବନିଯୁକ୍ତ ପଦାଧିକାରୀମାନେ ନିଜ ନିଜ ବିଭାଗର ସାଂଗଠନିକ କାର୍ଯ୍ୟକୁ ଆଗକୁ ନେବା ସହ ଦଳର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମକୁ ଲୋକଙ୍କ ନିକଟରେ ପହଞ୍ଚାଇବାରେ ସକ୍ରିୟ ଭୂମିକା ନେବେ।

ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ସମସ୍ତ ନବନିଯୁକ୍ତ ସଭାପତି, ଅଧ୍ୟକ୍ଷ ଓ ସଭାନେତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ନେତୃତ୍ୱରେ ସଂଗଠନ ଆହୁରି ସଶକ୍ତ ହେବ ବୋଲି ଆଶା ପ୍ରକାଶ କରାଯାଇଛି।

Leave A Reply

Your email address will not be published.