Latest Odisha News

BREAKING NEWS

କଟକ ଜିଲ୍ଲାପାଳଙ୍କୁ ହାଇକୋର୍ଟଙ୍କ ସମନ୍, ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ

କଟକ: ଜିଲ୍ଲାପାଳଙ୍କ ପାଇଁ ବଢିଲା ଅଢୁଆ। ସହରର ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଯେଉଁଥିପାଇଁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବ୍ୟକ୍ତିଗତ ହାଜର ପାଇଁ ହାଇକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। କଟକ ସହର ଟ୍ରାଫିକ୍ ପରିଚାଳନା କମିଟି ଗଠନ ସମ୍ପର୍କରେ ନିର୍ଦ୍ଦେଶ ପାଳନ ନକରିବା ଅଭିଯୋଗରେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତାକାଲି ଅର୍ଥାତ୍ ଶନିବାର ଦିନ ୧୦ଟା ୩୦ ସମୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ପୂର୍ବରୁ କୋର୍ଟ କହିଥିଲେ ଯେ, ଏହି କମିଟିରେ ଜଣେ ଏଡିଏମ୍ ପାହ୍ୟାର ଅଧିକାରୀ ରହିବେ। ହେଲେ କମିଟିରେ ଏଡିଏମ୍ ନଥିବାରୁ କୋର୍ଟ ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କଟକ ସହର ଟ୍ରାଫିକ ବ୍ୟବସ୍ଥାର ସୁପରିଚାଳନା ପାଇଁ ଡିସିପିଙ୍କୁ ଏକ ଟ୍ରାଫିକ ମ୍ୟାନେଜମେଣ୍ଟ କମିଟି ଗଠନ କରିବାକୁ କହିଥିଲେ କୋର୍ଟ । ଗତକାଲି କଟକ ସହର ସମସ୍ୟା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ଏହି ପ୍ରସଙ୍ଗ ଉଠିଥିଲା ।

Comments are closed.