Latest Odisha News

BREAKING NEWS

୫ ଦିନ ଶଟଡାଉନ ରହିବ ହାଇକୋର୍ଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ଓ ଏହାର କାର୍ୟ୍ୟାଳୟକୁ ୫ ଦିନ ପର୍ଯ୍ୟନ୍ତ ଶଟଡାଉନ୍ କରାଯାଇଛି। ଜାନୁଆରୀ ୧୩ରୁ ୧୭ ତାରିଖ ଯାଏ ହାଇକୋର୍ଟ ଶଟଡାଉନ୍ ରହିବ। ତେବେ ଜାନୁଆରୀ ୧୮ ତାରିଖରୁ ହାଇକୋର୍ଟ ପୁଣିଥରେ କାର୍ୟ୍ୟକାରୀ ହେବ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି, ଜାନୁଆରୀ ୧୮ରୁ ଫେବୃଆରୀ ୪ ତାରିଖ ଯାଏ ହାଇକୋର୍ଟ ଦୁଇ ଡିଭିଜନ୍ ବେଞ୍ଚ ଓ ସାତୋଟି ସିଙ୍ଗଲ ବେଞ୍ଚ କେବଳ ଜରୁରୀ ମାମଲାର ଶୁଣାଣି କରିବେ। ଜାନୁଆରୀ ୧୮ରୁ ଫେବୃଆରୀ ୪ ମଧ୍ୟରେ ସ୍ଥଗିତ ରହିଥିବା ମାମଲା ଗୁଡ଼ିକର ଶୁଣାଣି ଫେବୃଆରୀ ୭ ତାରିଖରୁ ତାଲିକାଭୁକ୍ତ ହେବ। ଏହି ସମୟସୀମା ମଧ୍ୟରେ ରୁଟିନ୍ କାର୍ୟ୍ୟଗୁଡ଼ିକ ମଧ୍ୟ ବନ୍ଦ ରହିପାରେ।

ଏହାସହ ଆସନ୍ତାକାଲି ବସିବାକୁ ଥିବା ପୂର୍ଣ୍ଣ କୋର୍ଟ ୧୮ ତାରିଖ ଦିନ ୨ଟା ବେଳେ ଭର୍ଚୁଆଲ୍ ମୋଡରେ ବସିବ।

Leave A Reply

Your email address will not be published.