Latest Odisha News

ଖବର ପ୍ରସାରଣ ପରେ ପ୍ରଶାସନ ଉଚ୍ଛେଦ କଲା ଗୋଚର ଜମିରେ ନିର୍ମାଣାଧିନ ରାସ୍ତା

ଜଗତସିଂହପୁର: ଲୋକଙ୍କ ପ୍ରତିବାଦ ଓ ଓଡ଼ିଶା ସମ୍ବାଦରେ ଖବର ପ୍ରସାରଣ ପରେ ତତ୍ପରତା ପ୍ରକାଶ କରିଛି ପ୍ରଶାସନ । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବୋରିକିନାରେ ଗୋଚର ଓ ଶ୍ମଶାନ ଜମିରେ ବଳପୂର୍ବକ ନିର୍ମାଣ ହେଉଥିବା ରାସ୍ତାକୁ ଉଚ୍ଛେଦ କରାଯାଇଛି ।

ଗୋଚର ଓ ଶ୍ମଶାନ ଜମିରେ ଜନୈକ ବ୍ୟକ୍ତ ମଦ ଦୋକାନକୁ ରାସ୍ତା ନିର୍ମାଣ କରୁଥିବା ନେଇ ଗ୍ରାମବାସୀଙ୍କ ଅଭିଯୋଗ କ୍ରମେ ଖବର ପ୍ରସାରଣ କରିଥିଲା ଓଡ଼ିଶା ସମ୍ବାଦ । ଆଜି ବାଲିକୁଦା ତହସିଲଦାର ବୋରିକିନାରେ ପହଞ୍ଚି ଗୋଚର ଜମିରେ ନିର୍ମାଣ ହୋଇଥିବା ରାସ୍ତା ଦେଖି ପରେ ଉଚ୍ଛେଦ କରାଯିବ କହି ପଳାଉଥିଲେ ।

ହେଲେ ବେଆଇନ୍ ରାସ୍ତା ତୁରନ୍ତ ଉଚ୍ଛେଦ ଦାବି କରି ତହସିଲଦାରଙ୍କୁ ଘେରି ଯାଇଥିଲେ ଗ୍ରାମବାସୀ । ଚାପା ଉତ୍ତେଜନା ଓ ଗ୍ରାମବାସୀଙ୍କ ବିରୋଧ ଆଗରେ ମୁଣ୍ଡ ନୂଆଇଁ ପୋଲିସ ଉପସ୍ଥିତିରେ ପ୍ରଶାସନ ବେଆଇନ୍ ରାସ୍ତାକୁ ଉଚ୍ଛେଦ କରିଛି ।

Comments are closed.