ନୂଆଦିଲ୍ଲୀ: ଚଳଚ୍ଚିତ୍ର ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ଓସ୍କାର ୨୦୨୫ ଘୋଷଣା କରାଯାଇଛି । ଆମେରିକା ଲସ୍ ଆଞ୍ଜେଲସର ଡଲବି ଥିଏଟରରେ ଅନୁଷ୍ଠିତ ୯୭ତମ ଓସ୍କାର ପୁରସ୍କାର ଆଜି ଭାରତୀୟ ସମୟ ସକାଳ ୫:୩୦ ରେ ଆଞ୍ଜେଲସରେ ଅନୁଷ୍ଠିତ ହୋଇଯାଇଛି । ଏକାଡେମୀ ଅଫ୍ ମୋସନ ପିକଚର୍ସ ଆର୍ଟସ ଆଣ୍ଡ ସାଇନ୍ସେସ ଶ୍ରେଷ୍ଠ ଆନିମେଟେଡ ଫିଚର ଫିଲ୍ମ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ଅଭିନେତ୍ରୀ ସମେତ ଅନେକ ବିଭାଗରେ ପୁରସ୍କାର ପ୍ରଦାନ କରାଯାଇଥିଲା । ଭାରତର ଦର୍ଶକମାନେ ନିଜ ଘରେ ଓସ୍କାର ୨୦୨୫ ମଧ୍ୟ ଦେଖିପାରିବେ, କାରଣ ଡିଜନି ପ୍ଲସ୍ ହଟଷ୍ଟାର ଏହାକୁ ଷ୍ଟ୍ରିମିଂ ହେବ । ଆଜି ସଂନ୍ଧ୍ୟା ୮.୩୦ରେ ଓଟିଟିରେ ଦେଖିପାରିବେ ଦର୍ଶକ । ତେବେ ପ୍ରିୟଙ୍କା ଚୋପ୍ରାଙ୍କ ସହ-ପ୍ରଯୋଜନା ଚଳଚ୍ଚିତ୍ର ଅନୁଜା ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ମନୋନୀତ ହୋଇଥିଲେ ମଧ୍ୟ ପୁରସ୍କାର ଜିତିପାରି ନାହିଁ । ଏହି ବର୍ଗରେ ‘ଆଇ ଆମ୍ ନଟ୍ ଏ ରୋବୋଟ୍’ ଚଳଚ୍ଚିତ୍ରଟି ବାଜି ମାରି ନେଇଛି । ତେବେ ନଜର ପକାନ୍ତୁ ଚଳିତବର୍ଷର ଓସ୍କାର ବିଜେତାଙ୍କ ତାଲିକା…
ଶ୍ରେଷ୍ଠ ଚଳଚ୍ଚିତ୍ର- ଆନୋରା
ଶ୍ରେଷ୍ଠ ଅଭିନେତା – ଆଡ୍ରିଏନ୍ ବ୍ରୋଡି (ଚଳଚ୍ଚିତ୍ର: ଦି ବ୍ରୁଟାଲିଷ୍ଟ)
ଶ୍ରେଷ୍ଠ ଅଭିନେତ୍ରୀ – ମିକେଲା ମ୍ୟାଡିସନ୍ (ଚଳଚ୍ଚିତ୍ର: ଆନୋରା)
ଶ୍ରେଷ୍ଠ ନିର୍ଦ୍ଦେଶକ – ସିଆନ୍ ବେକର (ଚଳଚ୍ଚିତ୍ର: ଆନୋରା)
ଶ୍ରେଷ୍ଠ ଆକ୍ସନ୍ ଲାଇଭ୍ ସର୍ଟ ଫିଲ୍ମ – ଆଇ ଏମ୍ ନଟ ଏ ରୋବୋଟ୍
ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ – ଆଇ ଏମ୍ ଷ୍ଟିଲ୍ ହିୟର
ଶ୍ରେଷ୍ଠ ସିନେମାଟୋଗ୍ରାଫି – ଦି ବ୍ରୁଟାଲିଷ୍ଟ
ମୂଳ ସ୍କୋର – ଦି ବ୍ରୁଟାଲିଷ୍ଟ
ଡକ୍ୟୁମେଣ୍ଟାରୀ ଫିଚର୍ ଫିଲ୍ମ – ନୋ ଅଦର ଲ୍ୟାଣ୍ଡ
ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର – ଦ ଓନଲି ଗାର୍ଲ ଅନ ଦି ଅର୍କେଷ୍ଟ୍ରା
ଶ୍ରେଷ୍ଠ ସହାୟକ ଅଭିନେତ୍ରୀ – ଜୋ ସାଲଡାନା (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
ଶ୍ରେଷ୍ଠ ମୌଳିକ ଗୀତ – ଏଲ୍ ମାଲ୍ (ଚଳଚ୍ଚିତ୍ର: ଏମିଲିଆ ପେରେଜ୍)
ଶ୍ରେଷ୍ଠ ସହାୟକ ଅଭିନେତା – କିରନ କଲକିନ୍ (ଚଳଚ୍ଚିତ୍ର: ଦି ରିଅଲ୍ ପେନ୍)
ଶ୍ରେଷ୍ଠ ଆନିମେଟେଡ୍ ଫିଚର୍ ଫିଲ୍ମ – ଫ୍ଲୋ
ଶ୍ରେଷ୍ଠ ଆନିମେଟେଡ୍ କ୍ଷୁଦ୍ର ଚଳଚ୍ଚିତ୍ର – ଇନ ଦ ଶ୍ୟାଡୋ ଅଫ ଦ ସାଇପ୍ରେସ
ଶ୍ରେଷ୍ଠ ପୋଷାକ ଡିଜାଇନ୍ – ପଲ ତାଜେୱେଲ୍ (ଚଳଚ୍ଚିତ୍ର: ୱିକେଟ୍)
ଶ୍ରେଷ୍ଠ ଚିତ୍ରନାଟ୍ୟ – ଆନୋରା
ଶ୍ରେଷ୍ଠ ଅନୁକୂଳିତ ଚିତ୍ରନାଟ୍ୟ – ପିଟର ଷ୍ଟ୍ରାଘାନ୍ (ଚଳଚ୍ଚିତ୍ର: କନକ୍ଲେଭ୍)
ଚଳଚ୍ଚିତ୍ର ସମ୍ପାଦନା – ଆନୋରା
ଶ୍ରେଷ୍ଠ ଶବ୍ଦ – ଡୁନ୍: ପାର୍ଟ 2
ଶ୍ରେଷ୍ଠ VFX – ଡୁନ୍: ପାର୍ଟ 2
Comments are closed.