ଭୁବନେଶ୍ବର:ଓଡ଼ିଶା ଅଧିନସ୍ତ କର୍ମଚାରୀ ଚୟନ ଆୟୋଗ (OSSSC)ପକ୍ଷରୁ ଆୟୋଜିତ ହେବାକୁ ଥିବା ଆରଆଇ ପରୀକ୍ଷା ଘୁଞ୍ଚିଲା । ଆସନ୍ତା ଜୁନ୍ ୨୦ ତାରିଖରେ ହେବାକୁ ଥିବା ଏହି ପରୀକ୍ଷା ଏବେ ୨୮ ତାରିଖରେ ଅନୁଷ୍ଠିତ ହେବ ।
ଏଥିରେ ରାଜସ୍ବ ନିରିକ୍ଷକ(ଆରଆଇ), ଅତିରିକ୍ତ ରାଜସ୍ବ ନିରିକ୍ଷକ(ଏ-ଆରଆଇ) ଓ ଅମିନ ପଦବୀରେ ନିଯୁକ୍ତି ପାଇଁ ପରୀକ୍ଷା ହେବ ।
NEET-UG ପରୀକ୍ଷା କାରଣରୁ ଏହି ପରୀକ୍ଷାକୁ ଘୁଞ୍ଚାଯାଇଥିବା ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି ।
