Latest Odisha News

BREAKING NEWS

ଓଟିପି ସେୟାରିଂ ମାମଲା : ଭୁବନେଶ୍ୱରରେ ଏନଆଇଏ ଓ ଏଟିଏସ ଟିମ

ଭୁବନେଶ୍ୱର: ଓଟିପି ସେୟାରିଂ ନେଇ ପାକିସ୍ତାନ ଲିଙ୍କ ମାମଲାରେ ତନାଘନା । ଓଟିପି ସେୟାରିଂ ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ପହଞ୍ଚିଛି ଏନଆଇଏ ଓ ଏଟିଏସ ଟିମ । ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଜେରା କରିବ ମୁମ୍ବାଇ ଏଟିଏସ୍ । ଜେରା ପରେ ଖୋଲିପାରେ ପାକିସ୍ତାନ ଆଇଏସଆଇ ଏଜେଣ୍ଟଙ୍କ ସହ ଆର୍ଥିକ କାରବାର ଲିଙ୍କ୍‌ ।

ସୂଚନାଯୋଗ୍ୟ ଯେ, ଆଜି ହେଉଛି ମୁମ୍ବାଇର ଅଭିଜିତ ସଞ୍ଜୟ ଜାମ୍ବୁରେଙ୍କ ରିମାଣ୍ଡର ଦ୍ବିତୀୟ ଦିନ । ରିମାଣ୍ଡରେ ଅଭିଜିତ ସଂଜୟକୁ ମାରାଥନ ଜେରା କରୁଛି ଏସଟିଏଫ । ଜେରା ବେଳେ ପଦାକୁ ଆସିବ ପାକିସ୍ତାନ ଆଇ ଏସ ଆଇ ଏଜେଣ୍ଟଙ୍କ ସହ ଖୋଲିବ ଆର୍ଥିକ କାରବାର ଲିଙ୍କ। ଅଭିଜିତ ଜରିଆରେ ଆଇଏସ ଆଇ ଫଣ୍ଡିଂ ହେଉଥିଲା। ଏହି ମାମଲାରେ ଆଗରୁ ଓଡ଼ିଶାର ପଠାଣି, ପ୍ରୀତମଙ୍କ ସମେତ ୪ ଅଭିଯୁକ୍ତ ପାଖକୁ ଟଙ୍କା ଆସୁଥିଲା । ଓଡ଼ିଶାର ସିମକାର୍ଡ ପାକିସ୍ତାନରେ ହେଉଥିଲା ଅପରେଟ । ୨୦୧୮ ଠାରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ । ପାକିସ୍ତାନର ଇଣ୍ଟିଲିଜେନ୍ସି ଆର୍ମି ଅଫିସର ସହ କଥା ହୋଇଥିଲା ଅଭିଜିତ। ଅଭିଜିତକୁ ମିଶାଇ ଏଯାବତ ମୋଟ ୫ଜଣଙ୍କୁ ଗିରଫ କରିଛି।

Leave A Reply

Your email address will not be published.