Latest Odisha News

୪ଦିନ ପରେ ସରିଲା ରେଡ଼୍, ଆୟକର ଫାଙ୍କିବା ଅଭିଯୋଗ ମିଛ ବୋଲି କହିଲେ ଡିଏନ୍ ଗ୍ରୁପ୍ ମୁଖ୍ୟ ଜଗଦୀଶ ନାୟକ

ଭୁବନେଶ୍ୱର: ଚାରି ଦିନର ଛାନଭିନ ପରେ ଶେଷ ହୋଇଛି ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗର ରେଡ । ତିନି ଦିନର ରେଡ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଥିଲା ଆୟକର ବିଭାଗ । ଡିଏନ ଗ୍ରୁପ ମାଲିକ ଜଗଦୀଶ ନାୟକ ଓ ତାଙ୍କ ଲିଗାଲ ଅଫିସର ଚନ୍ଦ୍ରଶେଖର ପଣ୍ଡାଙ୍କୁ ମୁହାଁମୁହିଁ ଜେରା କରିଥିଲେ ଆଇଟି ଅଧିକାରୀ । ଜବତ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନେଇ ଖୋଳତାଡ କରିଛି ଆୟକର ବିଭାଗ । ତେବେ ଆୟକର ଫାଙ୍କିବା ଅଭିଯୋଗକୁ ମିଛ ବୋଲି କହିଛନ୍ତି ଡ଼ିଏନ ଗ୍ରୁପ ମୁଖ୍ୟ ଜଗଦୀଶ ନାୟକ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ତାଙ୍କୁ ଆୟକର ବିଭାଗ କିଛି ପଚରାଉଚରା କରିନି। ହେଲେ ଚନ୍ଦ୍ରଶେଖର ପଣ୍ଡା କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ ।

ଖବର ଅନୁଯାୟୀ, ୪ ଦିନ ଧରି ଡ଼ିଏନ ଗ୍ରୁପର ବିଭିନ୍ନ ସ୍ଥାନରେ ରେଡ ଚାଲିଥିବା ବେଳେ ଚତୁର୍ଥ ଦିନରେ ଡ଼ିଏନ ଗ୍ରୁପ ମାଲିକ ଜଗଦୀଶ ନାୟକଙ୍କୁ ଜେରା କରିଥିଲେ ଆଇଟି ଅଧିକାରୀ। ଜବତ ହୋଇଥିବା ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ନେଇ ଖୋଳତାଡ଼ କରିଛି ଆୟକର ବିଭାଗ। କେଉଁଠୁ ଆସିଲା କୋଟି କୋଟି ଟଙ୍କା, କେତେ ଟଙ୍କାର ଟିକସ ଫାଙ୍କିଛନ୍ତି ସେ ନେଇ ସବୁ ତଦନ୍ତ କରିଛି ଆୟକର ବିଭାଗ। ଜଗଦୀଶ ନାୟକ ଓ ତାଙ୍କ ଆସୋସିଏଟଙ୍କ ଘରେ ରେଡ ବେଳେ ୧୧କୋଟିରୁ ଅଧିକ ଜବତ କ୍ୟାସ ଆରବିଆଇକୁ ପଠାଯାଇଛି। କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଖଟ ତଳେ ଥିବା ଟ୍ରଙ୍କରୁ ୧୧କୋଟିରୁ ଉର୍ଦ୍ଧ୍ବ ନଗଦ ଟଙ୍କା ଠାବ କରାଯାଇଥିଲା। ଏହାସହ ସଂସ୍ଥା ମୁଖ୍ୟ ଜଗଦୀଶ ନାୟକଙ୍କ ଅଫିସରୁ ଶହେ କୋଟିରୁ ଉର୍ଦ୍ଧ୍ବ କ୍ୟାସ ରସିଦ ଠାବ କରାଯାଇଛି। ତଦନ୍ତକାରୀ ଟିମ ହାତରେ ଲାଗିଥିବା ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକରକୁ ସ୍କାନର ପରିସରଭୁକ୍ତ କରାଯାଇଛି।

Leave A Reply

Your email address will not be published.