Latest Odisha News

BREAKING NEWS

ଓଟିଭି ଜମି ଜବରଦଖଲ ପ୍ରସଙ୍ଗ: ଜିଲ୍ଲା ପ୍ରଶାସନର ଯାଂଚ ଆରମ୍ଭ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ସାରୁଆ ଗାଁରେ ଓଟିଭି ଜମି ଜବରଦଖଲ କରିଥିବା ନେଇ ଅଭିଯୋଗ ଆସିଥିଲା । ଏପରିକି ଏହାକୁ ବିରୋଧ କିର ଶତାଧିକ ଗ୍ରାମବାସି ରାସ୍ତାକୁ ଓହ୍ଲାଇଥିଲେ । ଏହି ଅଭିଯୋଗ ଆସିବା ପରେ ଏବେ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସବ୍-କଲେକ୍ଟର ଓ ତହସିଲଦାରଙ୍କ ଉପସ୍ଥିତିରେ ସରଜମିନ୍ ତଦନ୍ତ ଆରମ୍ଭ ହୋଇଛି । ଓଟିଭି ବିରୋଧରେ ଅଭିଯୋଗ ଆଣିଥିବା ଲୋକଙ୍କ ସହ ଆଲୋଚନା କରିଛି ଜିଲ୍ଲା ପ୍ରଶାସନ ।

କିଛି ବର୍ଷ ତଳେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ଜମି କିଣି ନେଇଥିବା ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ ଗ୍ରାମବାସୀ । ଓଟିଭି ପକ୍ଷରୁ ଘର ପାଚେରୀ, ପୋଖରୀ, ରାସ୍ତା ନିର୍ମାଣ କରାଯିବାରୁ ସ୍ଥାନୀୟ ଲୋକଙ୍କୁ ଅସୁବିଧା ହେଉଛି, ଲୋକେ ନିଜ ଚାଷ ଜମିକୁ ଯାଇପାରୁନାହାନ୍ତି । ଆଉ ଏନେଇ ପ୍ରତିବାଦ କଲେ କମ୍ପାନୀ ପକ୍ଷରୁ ଗୁଣ୍ଡା ଲଗାଇ ଧମକ ଚମକ ଦିଆଯାଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ତେବେ ସାରୁଅ ଗାଁରେ ଲୋକଙ୍କୁ ସୁରକ୍ଷା ଦେବା ସହ ଓଟିଭିର ବେଆଇନ୍ ନିର୍ମାଣ ବନ୍ଦ କରାଇବା ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଗତ ଶନିବାର ଦିନ, ଦାବୀପତ୍ର ଦିଆଯାଇଥିଲା ।

Leave A Reply

Your email address will not be published.