Latest Odisha News

BREAKING NEWS

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ପାଇବେ ‘ଶାନ୍ତି ସ୍ୱରୂପ ଭଟ୍ଟନାଗର’ ପୁରସ୍କାର

ଭୁବନେଶ୍ୱର: ଓଡିଶା ପାଇଁ ଗର୍ବ ଆଣିଛନ୍ତି ଜ୍ୟୋତିର୍ମୟୀ ଦାଶ ।  ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଁ  ଜ୍ୟୋତିଙ୍କ ସମେତ ୧୪ ଜଣଙ୍କୁ ଚୟନ କରାଯାଇଛି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୋଦି ଏମାନଙ୍କୁ ସମ୍ମାନିତ କରିବେ । ଏହି ପୁରସ୍କାର ପାଇବାରେ  ଜ୍ୟୋତିର୍ମୟୀ ହେଉଛନ୍ତି ପ୍ରଥମ ଓଡିଆ ମହିଳା ବୈଜ୍ଞାନିକ ।

ରାସାୟନିକ କ୍ଷେତ୍ରରେ  ଉଲ୍ଲେଖନୀୟ ଅବଦାନ ପାଇଁ  ଜ୍ୟୋତିର୍ମୟୀଙ୍କୁ ଏହି ପୁରସ୍କାର ମିଳିବ । ପୁରସ୍କାର ବାବଦରେ ତାଙ୍କୁ ୫ ଲକ୍ଷ ସହ ମାନପତ୍ର ଦିଆଯିବ । ଜ୍ୟୋତିଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାରେ । ସେ ରେଭେନ୍ସ ବିଶ୍ୱବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତୋକତର ହାସଲ କରିବା ପରେ ଆଇଆଇଟି କାନପୁରରୁ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି ।

୨୦୦୯ରେ କୋଲକାତା ଆଇଜରରେ ଆସିଷ୍ଟାଂଟ ପ୍ରଫେସର ରୂପେ ୪ ବର୍ଷ କାର୍ଯ୍ୟ କରିଥିଲେ ।  ୨୦୧୨ରେ କୋଲକାତାସ୍ଥିତ ଇଣ୍ଡିଆନ ଆସୋସିଏସନ ଫର ଦ କଲଟିଭେସନ ଅଫ ସାଇନ୍ସରେ ଆସିଷ୍ଟାଂଟ ପ୍ରଫେସର ଭାବେ ଯୋଗଦେଇ ଏବେ ପ୍ରଫେସର ଭାବେ କାମ କରୁଛନ୍ତି ।  ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.