Latest Odisha News

BREAKING NEWS

ପ୍ରଭାବହୀନ ହୋଇପାରେ କରୋନା ଟିକା

ନୂଆଦିଳ୍ଲୀ: ଓମିକ୍ରନ୍‌ର ଆତଙ୍କ ମଧ୍ୟରେ, ବର୍ତ୍ତମାନ ସମୟରେ ସର୍ବାଧିକ ଟିକାକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ଅନ୍ୟପକ୍ଷରେ, ନୀତି ଆୟୋଗର ସଦସ୍ୟ ଡା. ଭି.କେ ପଲ ଏପରି ବିବୃତ୍ତି ଦେଇଛନ୍ତି, ଯାହା କରୋନାକୁ ନେଇ ପୁଣି ଥରେ ଉତ୍ତେଜନା ବଢାଇପାରେ ବୋଲି ଆଶଙ୍କା କରାଯାଉଛି। ଭି.କେ ପଲ କହିଛନ୍ତି ଯେ ଉଦୀୟମାନ ପରିସ୍ଥିତିରେ ଆମର କରୋନା ଟିକା ପ୍ରଭାବହୀନ ହେବାର ସମ୍ଭାବନା ଅଛି।

ଭି.କେ ପଲ କହିଛନ୍ତି, ଉଦୀୟମାନ ପରିସ୍ଥିତିରେ ଆମର ଟିକା ପ୍ରଭାବହୀନ ହୋଇପାରେ ବୋଲି ଏକ ଦୃଢ ସମ୍ଭାବନା ରହିଛି। ତେଣୁ କରୋନାର ନୂତନ ପ୍ରଜାତି ସହ ସମ୍ମୁଖୀନ ହେବାକୁ ଏକଜୁଟ ହେବା ଏବଂ ଏକ ଟିକା ତିଆରି କରିବାର ଆବଶ୍ୟକତା ଅଛି। ଔଷଧର ବିକାଶରେ ଏକ ଠୋସ୍ ଆଭିମୁଖ୍ୟର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ପଲ ଆହୁରି ମଧ୍ୟ କହିଛନ୍ତି ଯେ ମହାମାରୀର ମୁକାବିଲା ପାଇଁ ବିଜ୍ଞାନରେ ବିନିଯୋଗ ଉପରେ ମଧ୍ୟ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି।

Comments are closed.