Latest Odisha News

BREAKING NEWS

ଜୋତା ପିନ୍ଧି ପବିତ୍ର ‘ମହାପ୍ରସାଦ’ ଖାଇବା ଫଟୋକୁ ନେଇ ହଟ୍ଟଚମଟ

ପୁରୀ : ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନରେ ଆସିଥିବା କେତେକ ପର୍ଯ୍ୟଟକ ଜୋତା ପିନ୍ଧି ପବିତ୍ର ମହାପ୍ରସାଦ ଖାଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ କୋଲକାତାର ମାନସ ଦାସ ନାମକ ଜଣେ ପର୍ଯ୍ୟଟକ ଶ୍ରୀମନ୍ଦିର ଦର୍ଶନ ପାଇଁ ଆସିଥିବା ବେଳେ ସେନେଇ ପାଖାପାଖି ୧୨ଟି ଫଟୋ ବୁଧବାର ଦିନ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଥିଲେ । ଏପରିକି ଉକ୍ତ ଫଟୋ ଗୁଡିକ ମଧ୍ୟରେ ଏହି ଯୁବକ ଓ ତାଙ୍କ ସାଙ୍ଗମାନେ ଜୋତା ପିନ୍ଧି ଗାଡି ଉପରେ ମହାପ୍ରସାଦ ରଖି ଖାଉଥିବାର ଏକ ଫଟୋ ଚିତ୍ର ରହିଥିବା ଦେଖିବାକୁ ମିଳିଛି ।

ଏହି ଚିତ୍ର ଭାଇରାଲ ହେବା ପରେ ଏହାକୁ ନେଇ ଭକ୍ତ ମଣ୍ଡଳୀ ଏବଂ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲାବେଳେ ଉକ୍ତ ଘଟଣାର ସେମାନେ ତଦନ୍ତ ପାଇଁ ଦାବି କରିଥିବା ନେଇ ସୂଚନା ମିଳିଛି ।

ଆହୁରି ମଧ୍ୟ ଏହାଦ୍ୱାରା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡିଆ ସଂସ୍କୃତି ତଥା ପରମ୍ପରା ପ୍ରତି ଅପମାନ ହେଉଥିବା ଯୋଗୁଁ ସେମାନଙ୍କ ଉପରେ କଠୋର ପଦକ୍ଷେପ ଗ୍ରହଣ କରିବା ଲାଗି ଭକ୍ତମାନେ ଦାବି କରିଛନ୍ତି ।

ତେବେ ପରବର୍ତ୍ତୀ ସମୟରେ ମାନସ ଉକ୍ତ ଫଟୋକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରୁ ହଟାଇ ଦେଇଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.