Latest Odisha News

BREAKING NEWS

ପାର୍ବଣ ପୂର୍ବରୁ ଧରପଗଡ଼, ଏୟାରଫିଲ୍ଡ ଥାନା ଅଞ୍ଚଳରୁ ୧ କେଜି ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପାର୍ବଣ ଋତୁ ପୂର୍ବରୁ ଏସଟିଏଫ୍ ଧରପଗଡ଼କୁ ଜୋରଦାର୍ କରିଛି । ଭୁବନେଶ୍ୱର ଏସଟିଏଫ୍ ପକ୍ଷରୁ କମିଶନରେଟ୍ ପୋଲିସ ସହାୟତାରେ ରେଡ୍ କରାଯାଇ ୧ କେଜି ୫୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯାଇଛି । ମାମଲାରେ ଜଣେ ଡ୍ରଗ୍ ପେଡଲରକୁ ଗିରଫ କରିଛି ପୋଲିସ । ବ୍ରାଉନସୁଗାର ଚୋରା ଚାଲାଣ ବେଳେ ଏୟାରଫିଲ୍ଡ ଥାନା ସୁନ୍ଦରପଦା-ଜଟଣୀ ରାସ୍ତାରେ ଏସଟିଏଫ୍ ଚଢ଼ାଉ କରିଥିଲା ।

ମାମଲାରେ କ୍ୟାପିଟାଲ ଥାନା ଫରେଷ୍ଟ ପାର୍କ ଅଞ୍ଚଳର ଉମେଶ ବେହେରାଙ୍କୁ ପୋଲିସ ଗିରଫ କରିଛି । ଅଭିଯୁକ୍ତ ଉମେଶ ଠାରୁ ୧ କେଜି ୫୦ ଗ୍ରାମ୍ ବ୍ରାଉନସୁଗାର ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି । ଉମେଶକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇିଥିବା ବେଳେ ଏନେଇ ଏସଟିଏଫ୍ ଏନଡିପିଏସ୍ ଆକ୍ଟ ୧୯୮୫ରେ ଏକ ମାମଲା ରୁଜୁ କରିଛି ।

୨୦୨୦ରୁ ନିଶା ଦ୍ରବ୍ୟ ବିରୋଧରେ ଏସଟିଏଫ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଛି । ଏବେ ସୁଦ୍ଧା ଏସଟିଏଫ୍ ୫୮ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଛି । ସେହିଭଳି ୨୦୨ ଗ୍ରାମ୍ କୋକେନ୍ ସହ ୧୧୧ କ୍ୱିଣ୍ଟାଲ ଗଞ୍ଜେଇ, ୭୫୦ ଗ୍ରାମ୍ ଓପିଅମ୍ ଜବତ ହୋଇଥିବା ବେଳେ ୧୫୯ ଜଣଙ୍କୁ ଗିରଫ କରିଛି STF ।

Leave A Reply

Your email address will not be published.