Latest Odisha News

ରିଲାଏନ୍ସ ରିଟେଲ ଲଞ୍ଚ କଲା ‘ରିଲାଏନ୍ସ ସେଣ୍ଟ୍ରୋ’ ଫ୍ୟାଶନ ଷ୍ଟୋର୍‌, ମିଳିବ ୩୦୦ ରୁ ଅଧିକ ବ୍ରାଣ୍ଡ

ନୂଆଦିଲ୍ଲୀ: ଚଳିତ ବର୍ଷ ପାର୍ବଣରେ ରିଲାଏନ୍ସ ନିଜ ଗ୍ରାହକଙ୍କ ପାଇଁ ଆଣିଛି ଫ୍ୟାଶନ ଷ୍ଟୋର। ଫ୍ୟାଶନ ପ୍ରେମୀମାନେ ଏବେଠାରୁ ‘ରିଲାଏନ୍ସ ସେଣ୍ଟ୍ରୋ’କୁ ଯାଇ କରିପାରିବେ ସପିଂ। ସେପ୍ଟମ୍ବେର ୨୭ ତାରିଖରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ପାର୍ଟ ରିଲାଏନ୍ସ ରିଟେଲ ଲଞ୍ଚ କଲା ‘ରିଲାଏନ୍ସ ସେଣ୍ଟ୍ରୋ’ ଫ୍ୟାଶନ ଷ୍ଟୋର୍‌। ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳରେ ରିଲାଏନ୍ସ ସେଣ୍ଟ୍ରୋର ପ୍ରଥମ ଷ୍ଟୋର ଖୋଲିଛି। ଏଣିକି ଗ୍ରାହକମାନେ ସପିଂ ପାଇଁ ୩୦୦ ରୁ ଅଧିକ ବ୍ରାଣ୍ଡ ବିକଳ୍ପ ପାଇପାରିବେ। ଏହାସହ ଏଠାରେ ଭାରିମାତ୍ରାରେ ଡିସକାଉଣ୍ଟ ଅଫର ମଧ୍ୟ ଚାଲିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ ମୁକେଶ ଅମ୍ବାନୀ ଗତ ମାସରେ କହିଥିଲେ ଯେ ରିଲାଏନ୍ସ ରିଟେଲ ଏହାର ବ୍ୟବସାୟକୁ ବିସ୍ତାର କରିବ। ଏଥିପାଇଁ ମୋଟ ୯,୭୦୦ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରାଯିବ।

ରିଲାଏନ୍ସ ଏହି ଲାଇଫ୍ ଷ୍ଟାଇଲ ଡିପାର୍ଟମେଣ୍ଟାଲ ଷ୍ଟୋର ଜରିଆରେ ଦେଶର ଯୁବପିଢି ସହ ତାଳ ଦେଇ ଚାଲିବାକୁ ଚେଷ୍ଟା କରୁଛି। ଲୋକଙ୍କ ଫ୍ୟାଶନ ସେନ୍ସକୁ ବଢାଇବା ପାଇଁ ଏପରି ପଦକ୍ଷେପ ଗ୍ରହଣ କରିଛି ରିଲାଏନ୍ସ। ଏବେ ରିଲାଏନ୍ସ ସେଣ୍ଟ୍ରୋରେ ଗ୍ରାହକଙ୍କୁ ଦେବ-ବିଦେଶର ପ୍ରାୟ ୩୦୦ ରୁ ଅଧିକ ବ୍ରାଣ୍ଡ ବିକଳ୍ପ ମିଳବ। ଏଥିରେ ଫୁଟୱେର, କସମେଟିକ, ପୋଷାକ, ସ୍ପୋର୍ଟ ୱେୟାର ଭଳି ଅନେକ କ୍ୟାଟାଗୋରୀ ସାମିଲ ରହିଛି। ଏହି ଷ୍ଟୋର ଜରିଆରେ ରିଲାଏନ୍ସ ଦେଶର ମଧ୍ୟବିତ୍ତ ଏବଂ ପ୍ରିମିୟମ ଗ୍ରାହକଙ୍କୁ ଟାର୍ଗେଟ କରିଛି।

ପାର୍ବଣ ଋତୁରେ ରିଲାଏନ୍ସ ଏହି ଫ୍ୟାଶନ ଷ୍ଚୋରକୁ ଲଞ୍ଚ କରିଛି। କାରଣ ଅଧିକରୁ ଅଧିକ ଗ୍ରାହକ ଏହାର ଫାଇଦା ଉଠାଇ ପାରିବେ। ଏହା ବ୍ୟତୀତ ଗ୍ରାହକ ବିବାହ ଏବଂ ଅନ୍ୟାନ୍ୟ ଉତ୍ସବରେ ମଧ୍ୟ ଏଠାକୁ ଆସି ସପିଂ କରିପାରିବେ। ଏଠାରେ ମହିଳାଙ୍କ ପାଇଁ ମେକଅପ୍ ପ୍ରଡକ୍ଟଠାରୁ ଆରମ୍ଭ କରି ଲଗେଜ ସେକ୍ସନ ମଧ୍ୟ ଉପଲବ୍ଧ ରହିଛି।

ରିଲାଏନ୍ସ ସେଣ୍ଟ୍ରେର ଷ୍ଟୋର ୭୫ ବର୍ଗ ଫୁଟରେ ନିର୍ମିତ ହୋଇଛି। ଫ୍ୟାଶନ ଷ୍ଟୋର ଲଞ୍ଚ ହେବା ସହ ଭାରିମାତ୍ରାରେ ଡିସକାଉଣ୍ଟ କରିଛି ରିଲାଏନ୍ସ। ଯଦି ଆପଣ ୩୯୯୯ ଟଙ୍କାର ସପିଂ କରନ୍ତି ତେବେ ଆପଣଙ୍କୁ ୧୫୦୦ ଟଙ୍କା ଛାଡ଼ ଦିଆଯିବ। ସେହିପରି ୪୯୯୯ ଟଙ୍କାର ସପିଂ କରନ୍ତି ତେବେ ୨୦୦୦ ଟଙ୍କାର ଡିସକାଉଣ୍ଟ ଦିଆଯାଉଛି।

Leave A Reply

Your email address will not be published.