Latest Odisha News

ବ୍ରାଉନ ସୁଗାର କାରବାରରେ ୬ ଅଟକ, ସୁନା ସହ ୨୧ ଲକ୍ଷ ଟଙ୍କା ଜବତ

ପାରାଦୀପ: ବ୍ରାଉନ ସୁଗାର ନେଟୱର୍କ କୁ ଧରିବାରେ ସଫଳ ହୋଇଛି ଏରସମା ପୋଲିସ । ଏହି ମାମଲାରେ ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅଭିଯୁକ୍ତଙ୍କ ଠାରୁ ୭ ଶହ ଗ୍ରାମ ର ବ୍ରାଉନ ସୁଗାର ,୨୧ ଲକ୍ଷ ଟଙ୍କା ଜବତ କରିବା ସହିତ ବହୁ ସୁନା ଅଳଙ୍କାର ମଧ୍ୟ ଜବତ କରିଛି ପୋଲିସ । ଗତ ଦୁଇଦିନ ତଳେ ଏରସମା ଆଇଆଇସି ଲିଜାରାଣୀ ବିଶ୍ୱାଳଙ୍କ ଙ୍କ ନେତୃତ୍ୱରେ ଏରସମା ବସ ଷ୍ଟାଣ୍ଡ ନିକଟରୁ ଜଣେ ବ୍ରାଉନ ସୁଗାର ବ୍ୟବସାୟୀ ଙ୍କୁ ଗିରଫ କରିଥିଲେ ।

ଉକ୍ତ ବ୍ୟବସାୟୀ ଙ୍କ ଠାରୁ କୁଜଙ୍ଗ ଥାନା ଷଣ୍ଢପୁର ନିକଟରେ ଏହି ବ୍ୟବସାୟ ର ମାଷ୍ଟର ମାଇଣ୍ଡ ଥିବା ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଆଇଆଇସି ଙ୍କ ନେତୃତ୍ୱରେ ଏରସମା ପୋଲିସ କୁଜଙ୍ଗ ଥାନାରେ ପହଞ୍ଚିବା ସହିତ କୁଜଙ୍ଗ ଥାନାର ଦୁଇଜଣ ଅଫିସର ଓ ତିର୍ତ୍ତୋଲ ଏସଡିପିଓ ଙ୍କ ସହିତ ଚଢାଉ କରିଥିଲେ।

ଏହି ଚଢ଼ାଉରେ ମୁଖ୍ୟ ବ୍ୟବସାୟୀ ଫେରାର ହୋଇଯାଇଥିବା ବେଳେ, ସେଠାରେ ଥିବା ବନ୍ଦନା ସ୍ୱାଇଁ ନାମକ ଜଣେ ମହିଳା ଙ୍କ ସମେତ ଅକ୍ଷୟ ସ୍ୱାଇଁ ଓ ରାଜେଶ ସାମଲ ନାମକ ଦୁଇଜଣଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ସେହିପରି ଏରସମା ରୁ ଗିରଫ ହୋଇଥିବା ମାନସ ସ୍ୱାଇଁ , ବିଶ୍ୱ ପ୍ରକାଶ ନାୟକ, ଜ୍ୟୋତି ପ୍ରକାଶ ଲେଙ୍କା ଙ୍କୁ ଗିରଫ କରାଯାଇଥିଲା।

Leave A Reply

Your email address will not be published.