Latest Odisha News

Puri Jagannath Temple: ପୁରୀରେ ବ୍ୟାରିକେଡ୍ ଠେଲି ପଶିଲେ ଭକ୍ତ; ନିୟନ୍ତ୍ରଣ ପାଇଁ ସଂପ୍ରସାରଣ ହେଲା ବ୍ୟାରିକେଡ୍

ପୁରୀ: ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ବ୍ରତର ଅନ୍ତିମ ପର୍ବ ‘ପଞ୍ଚୁକ ବ୍ରତ’ । ଏନେଇ ପୁରୀରେ ଅସମ୍ଭାଳ ଭିଡ଼ । ଶ୍ରୀମନ୍ଦିରକୁ ପ୍ରବେଶ ବେଳେ ଠେଲାପେଲା ।

କେତେକ ଭକ୍ତ ସିଂହଦ୍ଵାର ବ୍ୟାରିକେଡ୍ ରେ ନଯାଇ ଉତ୍ତରଦ୍ୱାର ନିକଟରେ ଅତିଥିମାନଙ୍କୁ ନିଆଯାଉଥିବା ବ୍ୟାରିକେଡକୁ ଠେଲି କିଛି ଭକ୍ତ ମନ୍ଦିରକୁ ପଶିଥିଲେ। ଏହି ଠେଲାପେଲାରେ ୨ ଜଣ ମହିଳା ତଳେ ପଡିଯାଇଥିଲେ। ତେବେ ସଙ୍ଗେ ସଙ୍ଗେ ଉପସ୍ଥିତ ପୋଲିସ ଉକ୍ତ ମହିଳାଙ୍କୁ ଭିଡ଼ରୁ ଉଦ୍ଧାର କରିଥିଲେ। ଫଳରେ ଏକ ବଡ଼ ଅଘଟଣ ଟଳି ଯାଇଛି।

ତେବେ ବର୍ତ୍ତମାନ ପୋଲିସ ସ୍ଥିତିକୁ ନିଜ ନିୟନ୍ତ୍ରଣକୁ ନେଇଛି। ସିଂହଦ୍ଵାର ଦେଇ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି।

ଏପଟେ ସ୍ଥିତି ସମୀକ୍ଷା କରିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ଶ୍ରୀମନ୍ଦିର ପରିସରରେ ମୁଖ୍ୟ ପ୍ରଶାସକ ଓ ଏସ୍‌ପିଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି । ଏଥିସହ ଭିଡ଼କୁ ନିୟନ୍ତ୍ରଣ ପାଇଁ ସଂପ୍ରସାରଣ ହେଲା ବ୍ୟାରିକେଡ୍ । ମାର୍କେଟ ଛକରୁ ବଗଲା ଧର୍ମଶାଳା ଯାଏଁ ବ୍ୟାରିକେଡ୍ ସଂପ୍ରସାରଣ କରାଯାଇଛି ।

 

Comments are closed.