Latest Odisha News

BREAKING NEWS

ଭାରସାମ୍ୟ ହରାଇ ମଝି ରାସ୍ତାରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର , ରାସ୍ତା ସିଲ୍ କଲା ପୋଲିସ

ପାରାଦୀପ : ପାରାଦୀପ ହାତି ତେଲଟାଙ୍କି ନିକଟରେ ଅଭାବନୀୟ ଘଟଣା ଘଟିଛି । ଏକ ଏଲପିଜି ବୋଝେଇ ଟ୍ୟାଙ୍କର ମଝି ରାସ୍ତାରେ ଓଲଟି ପଡିଛି । ଟ୍ୟାଙ୍କରଟି ପାରାଦୀପ ତୈଳ ବିଶୋଧନାଗାରରୁ ଏଲପିଜି ଲୋଡ କରି ଚଣ୍ଡିଖୋଲ ଅଭିମୁଖେ ଯାଉଥିଲା । ଏତିକି ବେଳେ ମଝି ରାସ୍ତାରେ ଭାରସାମ୍ୟ ହରାଇ ଟ୍ୟାଙ୍କରଟି ଓଲଟି ପଡିଛି  ।

ଏଥିରେ କୌଣସି ଅଘଟଣ ଘଟିନଥିବା ସୂଚନା ମିଳିଛି । ପରେ ଖବର ପାଇ ଲକଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି  ରାସ୍ତା ସିଲ କରିଛି ।  ଏବଂ ଅଗ୍ନିଶମବାହିନୀ ଟ୍ୟାଙ୍କରଟିକୁ ଉଠାଇବାକୁ ପ୍ରୟାସ ଜାରି ରଖିଛି ।ସେପଟେ ଘଟଣା ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.