Latest Odisha News

BREAKING NEWS

ପୁରୀରେ ଅସମ୍ଭାଳ ଭିଡ଼; ପଶ୍ଚିମଦ୍ୱାରରେ ଲମ୍ବା ଲାଇନ୍, ତାତିରେ କଲବଲ ଭକ୍ତ

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରର ପଶ୍ଚିମଦ୍ୱାର ପଟେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ପ୍ରଚଣ୍ଡ ଖରା ତାତିରେ ଲମ୍ବା ଲାଇନରେ ଠିଆ ହୋଇ ହନ୍ତସନ୍ତ ହେଉଛନ୍ତି ଭକ୍ତ । ଆଜି ପ୍ରଚଣ୍ଡ ତାତି ଯୋଗୁଁ ବଡ଼ଦାଣ୍ଡରେ ଚାଲି ଚାଲି ଯିବା ଶ୍ରଦ୍ଧାଳୁଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା । ଯେଉଁଥିପାଇଁ ପଶ୍ଚିମ ଦ୍ବାର ପଟେ ଭିଡ ଲଗାଇଥିଲେ ଭକ୍ତ ।

ଏହାପରେ ସେଠାରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପଡିଛି। ମନ୍ଦିର ଭିତରକୁ ଶୀଘ୍ର ପଶିବା ପାଇଁ ଭକ୍ତଙ୍କ ମଧ୍ୟରେ ଠେଲାପେଲା ପରିସ୍ଥିତି ସୃଷ୍ଟି ହୋଇଛି । ପୁଲିସ କର୍ମୀ ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛନ୍ତି ।

ପଶ୍ଚିମ ଦ୍ୱାର ପଟେ କେବଳ ପୁରୀବାସୀଙ୍କୁ ପ୍ରବେଶ ଅନୁମତି ଥିଲା । କିନ୍ତୁ ଭିଡ଼ ଯୋଗୁଁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନକୁ ଦାୟୀ କରିଛନ୍ତି ଭକ୍ତ ।

Leave A Reply

Your email address will not be published.