Latest Odisha News

BREAKING NEWS

ଦିଲ୍ଲୀ ଅଞ୍ଜଳି ମୃତ୍ୟୁ ମାମଲାରେ କାର୍ ମାଲିକ ଗିରଫ; ମୋଟ ୬ଙ୍କୁ ଧରିଲାଣି ପୁଲିସ

ନୂଆଦିଲ୍ଲୀ: ଦିଲ୍ଲୀରେ ୨୦ ବର୍ଷୀୟ ଯୁବତୀ ଅଞ୍ଜଳୀଙ୍କୁ କାର୍‌ରେ ୧୩ କିମି ଘୋଷାରି ହତ୍ୟା କରିବା ଘଟଣାରେ କାର୍ ମାଲିକ ଆଶୁତୋଷକୁ ଗିରଫ କରାଯାଇଛି। ଏହାକୁ ମିଶାଇ ଏହି ମାମଲାରେ ମୋଟ ୬ ଜଣଙ୍କୁ ଗିରଫ କରାଯାଇଛି। ଦୁର୍ଘଟଣା କରିଥିବା ବାଲେନୋ କାରରଟି ଅଶୁତୋଷଙ୍କର ଜଣାପଡ଼ିବା ପରେ ଶୁକ୍ରବାର ତାଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସ।

ନୂଆ ବର୍ଷଦିନ ଅଞ୍ଜଳି ତାଙ୍କ ସ୍କୁଟିରେ ତାଙ୍କ ବନ୍ଧୁ ନିଧିଙ୍କ ସହ ଯାଉଥିବାବେଳେ ୫ ଜଣ(୨୭ ବର୍ଷୀୟ କୃଷ୍ଣ, ୨୬ ବର୍ଷୀୟ ମିଥୁନ, ୨୬ ବର୍ଷୀୟ ଦୀପକ ଖାନ୍ନା, ୨୫ ବର୍ଷୀୟ ଅମିତ ଖାନ୍ନା ଓ ୨୭ ବର୍ଷୀୟ ମ‌ନୋଜ ମିତ୍ତଲ) ମଦ୍ୟପ କାର ଚଳାଇ ତାଙ୍କୁ ଧକ୍କା ଦେଇଥିଲେ। ଅଞ୍ଜଳିକ ଗୋଡ଼ କାର୍ ଚକାରେ ଟାଣି ହୋଇଯିବାରୁ ସେ ଘୋଷାରି ହୋଇଯାଥିଲେ। ଘଟଣା ସ୍ଥଳରେ ତାଙ୍କ ସାଙ୍ଗ ଫେରାର୍ ହୋଇଯାଇଥିଲେ।

ତେବେ ଏହି ଦୁର୍ଘଟଣାରେ ଅଞ୍ଜଳିଙ୍କ ମୁଣ୍ଡ ଖପୁରୀ ଭାଙ୍ଗି ଯାଇଥିବା ବେଳେ ଦୁଷ୍କର୍ମ ସହ ଜଡ଼ିତ କୌଣସି ପ୍ରମାଣ ମିଳିନାହିଁ ବୋଲି ଶବବ୍ୟବଚ୍ଛେଦ ରିପୋର୍ଟରେ କୁହାଯାଇଛି। ଅନେକ କିଲୋମିଟର ପର୍ଯ୍ୟନ୍ତ ଘୁଷୁରିବା ପରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି।

ସେପଟେ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ଦିଲ୍ଲୀ ମହିଳା କମିଶନ ସ୍ୱାତୀ ମାଲିୱାଲ। ସ୍ୱାତୀ କହିଛନ୍ତି ଯେ, ଅଞ୍ଜଳିଙ୍କ ମୃତ୍ୟୁ ପଛରେ ନିଧିଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ପୋଲିସ ନିଧିଙ୍କ ମୋବାଇଲ ଫୋନ ଜବତ କରିପାରି ନାହିଁ । ଦୁର୍ଘଟଣା ସମୟରେ ନିଧି ଅଞ୍ଜଳିଙ୍କ ସ୍କୁଟି ପଛରେ ବସିଥିଲେ । ହେଲେ ତାଙ୍କର କୌଣସି କ୍ଷତି ହୋଇ ନାହିଁ । ତେଣୁ ତାଙ୍କ ମୋବାଇଲ୍ ଜବତ କରିବା ସହ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ ବୋଲି ସେ କହିଛନ୍ତି

Leave A Reply

Your email address will not be published.