Latest Odisha News

BREAKING NEWS

ଅକ୍ସଫୋର୍ଡ ଟିକା ୯୦ ପ୍ରତିଶତ ପ୍ରଭାବଶାଳୀ; ଆଦର ପୁନାୱାଲା

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ଯଦି ଦୁଇଟି ଡୋଜ ପ୍ରାୟ ୨.୫-୩ ମାସ ମଧ୍ୟରେ ଦିଆଯାଏ ତେବେ କୋଭିଶିଲ୍ଡ ଟିକାର ପ୍ରଭାବ ୯୦ ପ୍ରତିଶତକୁ ବୃଦ୍ଧି ପାଇବ।

ଚଳିତ ବର୍ଷ ପ୍ରାରମ୍ଭରେ ପ୍ରକାଶିତ ଲାନସେଟରେ ହୋଇଥିବା ଏକ ଅଧ୍ୟୟନରେ କୁହାଯାଇଛି ଯେ ଅକ୍ସଫୋର୍ଡ ୟୁନିଭରସିଟି ସହଯୋଗରେ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା ଏହି ଟିକା, ଏକ ମାସର ବ୍ୟବଧାନ ମଧ୍ୟରେ ୭୦ ପ୍ରତିଶତ ପ୍ରଭାବ ପକାଇଥାଏ।

ଦୁଇ ଡୋଜ ମଧ୍ୟରେ ୨-୩ ମାସର ବ୍ୟବଧାନ ଥିଲେ, ଏହାର ପ୍ରଭାବ ୯୦ ପ୍ରତିଶତ ଥିବା ଜାଣିବାକୁ ପାଇଛନ୍ତି ବୋଲି ଆଦର ପୁନାୱାଲା ଇଣ୍ଡିଆ ଟୁଡେ ଟିଭିକୁ କହିଛନ୍ତି।

Comments are closed.