Latest Odisha News

BREAKING NEWS

ଅଯୋଧ୍ୟାରେ ଶୋଭା ପାଇପାରେ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଓ ପ୍ରତୀକ୍ଷିତ ଅଯୋଧ୍ୟାରେ ନିର୍ମାଣାଧୀନ ରାମ ମନ୍ଦିରରେ ଶୋଭା ପାଇପାରେ ଓଡ଼ିଆ ସ୍ଥପତି ସୁଦର୍ଶନ ସାହୁଙ୍କ ହାତ ତିଆରି ମୂର୍ତ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ନିମନ୍ତ୍ରଣ ପାଇ ଶିଳ୍ପୀ ସୁଦର୍ଶନ ରାମ ମନ୍ଦିର ନିର୍ମାଣସ୍ଥଳ ପରିଦର୍ଶନ କରିଥିଲେ। ଏଥିଲାଗି ତାଙ୍କୁ ମହାପ୍ରଭୁ ରାମଲାଲାଙ୍କ ପିଲାବେଳର ମୂର୍ତ୍ତି ତିଆରି କରିବା ପାଇଁ ନମୁନା ଦାଖଲ କରିବାକୁ କୁହାଯାଇଛି।

ତେବେ ନମୁନା ଦାଖଲ ପରେ ଯଦି ତାଙ୍କୁ ଏହି ମୂର୍ତ୍ତି ତିଆରି କରିବାକୁ ସୁଯୋଗ ମିଳେ, ତେବେ ସେ ଗର୍ବ ଅନୁଭବ କରିବେ ବୋଲି କହିଛନ୍ତି ସୁଦର୍ଶନ।

ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବାକୁ ଉତ୍ତର ପ୍ରଦେଶ ସରକାର ଓ କେନ୍ଦ୍ର ସରକାରଙ୍କ ପ୍ରୟାସ ଆରମ୍ଭ ହୋଇଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ରାମ ମନ୍ଦିର କାମ ସାରିବାକୁ ଯୋଜନା ରଖିଛନ୍ତି ଉଭୟ ସରକାର। ଏଥିପାଇଁ ବିଭିନ୍ନ ରାଜ୍ୟର ଅନ୍ୟ ୬ ଜଣ ଶିଳ୍ପୀଙ୍କ ସହ ଓଡ଼ିଶାର ବିଶିଷ୍ଟ ସ୍ଥପତି ସୁଦର୍ଶନ ସାହୁଙ୍କୁ ନମୁନା ଦାଖଲ କରିବାକୁ କୁହାଯାଇଛି।

Leave A Reply

Your email address will not be published.