Latest Odisha News

BREAKING NEWS

ଖୁବ ଶୀଘ୍ର ପଦ୍ମପୁରକୁ ମିଳିପାରେ ଜିଲ୍ଲା ମାନ୍ୟତା

ଭୁବନେଶ୍ୱର : ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି । ବିରୋଧୀ ବଳ ଯୋଗାଡୁଥିବାବେଳେ ସରକାର ପ୍ରତିଶ୍ରୁତି ପୂରଣ କରିବାରେ ଲାଗିଛନ୍ତି । ଆସନ୍ତ ନିର୍ବାଚନ ପୂର୍ବରୁ ନୀବନ ପଟ୍ଟନାୟକ ବି ତାଙ୍କର ଦେଇଥିବା ସବୁ ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି    । ପଦ୍ମପୁର ଉପ ନିର୍ବାଚନ ବେଳେ ଏହାକୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବି ଜୋର ଧରିଥିଲା ।

ମୁଖ୍ୟମନ୍ତ୍ରୀ ବି ପ୍ରତିଶ୍ରୁତି ଦେଇଥିଲେ ଏହି ଦାବି ପୂରଣ କରିବାକୁ । ଗଣମାଧ୍ୟମ ସୂଚନା ଅନୁଯାୟୀ ଏହି ପ୍ରତିଶ୍ରୁତି ଖୁବ ଶୀଘ୍ର ପୂରଣ କରବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୨୦ ତାରିଖ  ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିପାରେ । ଏ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।

ଗତ ଉପନିର୍ବାଚନ ସମୟରେ ଜିଲ୍ଲା ମାନ୍ୟତା ଦାବି ତେଜିଥିଲା । ଏ ନେଇ ଆନ୍ଦୋଳନକାରୀ ନବୀନ ନିବାସକୁ ôଆସି ମୁଖ୍ୟମନ୍ତ୍ରୀଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଥିଲେ । ମୁଖ୍ୟମନ୍ତ୍ରୀ ଏ ନେଇ ଆନ୍ଦୋଳନକାରୀଙ୍କୁ ଦାବି ପୂରଣ କରିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ଆଗାମୀ ସାଧାରଣ ନର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଦେଇଥିବା କଥା ରଖିବାକୁ ଚେଷ୍ଟା କରୁଛନ୍ତି । ତେଣୁ ଖୁବ ଶିଘ୍ର ସେ ପଦ୍‌ମପୁରକୁ ଜିଲ୍ଲା ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.