ଓଡ଼ିଶା ସମ୍ବାଦ ବ୍ୟୁରୋ: କିଡନୀଜନିତ ସମସ୍ୟାକୁ ନେଇ ଜୟପୁରରୁ କଟକ ଏସ୍ସିବି ସ୍ଥାନାନ୍ତର ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ପ୍ରଥମେ କାଜୁଆଲିଟି ଓ ପରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି । କମଳା ପୂଜାରୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଛି । ୨୧ ତାରିଖରେ ଅସୁସ୍ଥ ହୋଇ ଜୟପୁର ହସ୍ପିଟାଲରେ ଭର୍ତ୍ତି ହୋଇଥିଲ କମଳା ପୂଜାରୀ ।
କମଳା ପୂଜାରୀଙ୍କୁ ଜ୍ବର ସହ ଝାଡା ହେବାରୁ ଜୟପୁର ବ୍ଲକ୍ ପାତ୍ରପୁଟସ୍ଥିତ ବାସଭବନରୁ ଜିଲ୍ଲା ମୁଖ୍ୟ ଚିକତ୍ସାଳୟକୁ ପ୍ରଥମେ ଅଣାଯାଇ ଚିକିତ୍ସା କରାଯାଉଥିଲା । ଭେଷଜ ବିଭାଗର ଏଚ୍ଓଡି ଡା. ସୁନୀଲ କୁମାର ଭତ୍ରାଙ୍କ ସମେତ ୪ ଜଣ ଡାକ୍ତର ସେଠାରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ।
କମଳା ପୂଜାରୀଙ୍କର ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲେ ସୁଦ୍ଧା ପୂର୍ବରୁ ରହିଥିବା କିଡ୍ନି ସମସ୍ୟା ଯୋଗୁ ତାଙ୍କର ଚିକିତ୍ସା ଦରକାର ପଡୁଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନେଫ୍ରୋଲୋଜି ବିଶେଷଜ୍ଞ ନଥିବାରୁ କିଡ୍ନି ଜନିତ ସମସ୍ୟାର ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ୧୦୮ ଆମ୍ବୁଲାନ୍ସରେ କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। କମଳାଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସା ଆରମ୍ଭ ହୋଇଛି ।
Comments are closed.