Latest Odisha News

BREAKING NEWS

୧୦୦ ବସ୍ତା ଧାନ କୁଣ୍ଡାରେ ହକି ବିଶ୍ବକପ୍‌

ସୁବର୍ଣ୍ଣପୁର : ପୁରୁଷ ହକି ବିଶ୍ୱକପ ପାଇଁ ଏବେ ସାରା ଓଡିଶାରେ ଚାଲିଛି ଉତ୍ସବର ମାହୋଲ । ସେହିପରି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଇନଡୋର ଷ୍ଟାଡିୟମ ଠାରେ ମଧ୍ୟ ଦେଖିବାକୁ ମିଳିଛି ଏହାର କ୍ରେଜ୍‌  । ଧାନ କୁଣ୍ଡାରେ ଏକ ବିଶାଳ ହକି ବିଶ୍ୱକପର ଆକୃତି କରିଛନ୍ତି ବିଶ୍ୱବିଖ୍ୟାତ ବାଲୁକା ଶୀଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ପ୍ରଥମ ଥର ପାଇଁ ସାରା ବିଶ୍ୱରେ ଏହି ପରି ଧାନ କୁଣ୍ଡାକୁ ନେଇ ତିଆରି କରିଛନ୍ତି ହକିବିଶ୍ୱକପର ଆକୃତୀ । ସୁବର୍ଣ୍ଣପୁରକୁ ଆସି ଏହି ଉତ୍ସାହକୁ ଦ୍ୱୀଗୁଣୀତ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ଏହି କଳକୃତି ୪ହଜାର ୬ଶହ ୮୨ ସ୍କେରମିଟର ଜାଗାରେ ୧୦୦ ବସ୍ତା ଧାନ କୁଣ୍ଡାରେ ତିଆରି କରିଛନ୍ତି ପଟ୍ଟନାୟକଙ୍କ ଟିମ ।

କେବଳ ଏତିକି ନୁହେଁ ଏହି କଳାକୃତିକୁ ବିଶ୍ୱ ରେକର୍ଡରେ ସ୍ଥାନ ଦେବା ପଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲୀ ସୁନିଲ ନରୱାଣେ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଫିତାକଟି ଏହକୁ ଉଦଘାଟନ କରିଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା କୁ ଓଡିଶାର ଭାତହାଣ୍ଡି କୁହାଯାଉଥିବାରୁ ଏଠାରେ ଧାନ କୁଣ୍ଡାରେ ଏହି କଳାକୃତି କରି ସାରା ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି ବୋଲି କହିଛନ୍ତି ଜିଲ୍ଲାପାଳ ।

Leave A Reply

Your email address will not be published.